ଜବରଦଖଲ ହଟାଇବାକୁ ବଳ ପାଉନି

Advertisment

ଦୟାୱେ‌ଷ୍ଟ କେନାଲର ପୁନରୁଦ୍ଧାର ନେଇ ସରକାରୀସ୍ତରରେ ଯୋଜନା ହେଉଛି। କିନ୍ତୁ ଯୋଜନା କେବେ କାର୍ଯ୍ୟକାରୀ ହେବ ତାହା ଅନିଶ୍ଚିତତାରେ ରହିଯାଉଛି। ଅନ୍ୟପଟେ କେନାଲକୁ ଦିନକୁ ଦିନ ଜବରଦଖଲ କରାଯାଉଛି।

ଦୟାୱେ‌ଷ୍ଟ କେନାଲର ପୁନରୁଦ୍ଧାର ନେଇ ସରକାରୀସ୍ତରରେ ଯୋଜନା ହେଉଛି। କିନ୍ତୁ ଯୋଜନା କେବେ କାର୍ଯ୍ୟକାରୀ ହେବ ତାହା ଅନିଶ୍ଚିତତାରେ ରହିଯାଉଛି। ଅନ୍ୟପଟେ କେନାଲକୁ ଦିନକୁ ଦିନ ଜବରଦଖଲ କରାଯାଉଛି।

qsaxzsaq

ଭୁବନେଶ୍ବର: ଦୟାୱେ‌ଷ୍ଟ କେନାଲର ପୁନରୁଦ୍ଧାର ନେଇ ସରକାରୀସ୍ତରରେ ଯୋଜନା ହେଉଛି। କିନ୍ତୁ ଯୋଜନା କେବେ କାର୍ଯ୍ୟକାରୀ ହେବ ତାହା ଅନିଶ୍ଚିତତାରେ ରହିଯାଉଛି। ଅନ୍ୟପଟେ କେନାଲକୁ ଦିନକୁ ଦିନ ଜବରଦଖଲ କରାଯାଉଛି। ଦିନେ ୫୦ ଫୁଟ୍‌ ଥିବା ଏହି କେନାଲ ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ରହି ମାତ୍ର ୧୫ ଫୁଟରେ ସୀମିତ ରହିଛି। ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ଜବରଦଖଲ ହଟାଇବାକୁ ବିଭାଗୀୟ ଅଧିକାରୀଙ୍କ ବଳ ପାଉନାହିଁ।
ଦୟାୱେଷ୍ଟ କେନାଲ ବାରଙ୍ଗ ନିକଟରେ ପୁରୀ କେନାଲରୁ ବାହାରି ଜଟଣୀ ପର୍ଯ୍ୟନ୍ତ ଯାଇଛି। ଏହି ୩୮ କିଲୋମିଟରର କେନାଲ ଏବେ ପ୍ରାୟତଃ ମୃତ ଅବସ୍ଥାରେ। କେନାଲ‌କୁ ପୋତି ଜବରଦଖଲ କରାଯିବା ସହ ଦଳ, ପଙ୍କ କାଦୁଅ ଓ ଆବର୍ଜନା ସଫା ହେଉନଥିବାରୁ ପୋତି ହୋଇଯିବା ଅବସ୍ଥାରେ ଅଛି। କିଛି ସ୍ଥାନରେ ବିଏମ୍‌ସି ସିଧାସଳଖ ଆବର୍ଜନା ପାଣି ଛାଡ଼ି ଦେଉଥିବାରୁ କେନାଲର ପାଣି ଆଉ ବ୍ୟବହାରଯୋଗ୍ୟ ହୋଇ ରହିନାହିଁ। ଏହି କେନାଲକୁ ପୁନରୁଦ୍ଧାର କରିବା ପାଇଁ  ବିଜେଡି ସରକାରଙ୍କ ସମୟରେ ନିଷ୍ପତ୍ତି ହୋଇଥିଲା। ରିଟେନିଂ ୱାଲ୍‌, ବକ୍ସ କଲଭର୍ଟ ଓ ହ୍ୟୁମ୍‌ ପାଇପ୍‌, ଏହି ତିନିଟି ପ୍ରସ୍ତାବରୁ ଡିପିଆର୍‌‌ରେ ‘ହ୍ୟୁମ୍‌-ପାଇପ୍‌’ ଚୂଡ଼ାନ୍ତ ହୋଇଥିଲା। ପୂର୍ତ୍ତ ବିଭାଗ ୪ଟି ପର୍ଯ୍ୟାୟରେ ୭୦୦ କୋଟିରୁ ଅଧିକ ଟଙ୍କାରେ ଏହି କାମ କରିବାକୁ ଚୂଡ଼ାନ୍ତ ହେଲା। କିନ୍ତୁ ତାହା କାର୍ଯ୍ୟକାରୀ ହେଲାନାହିଁ। ପୂର୍ତ୍ତ ବିଭାଗା ଜଣେ ଅଧିକାରୀଙ୍କ କହିବା ଅନୁସାରେ ଏହି ଯୋଜନା ସଫଳ ନହେବାର ଅନ୍ୟତମ କାରଣ ହେଉଛି ଜବରଦଖଲ।  ରାସ୍ତା ଉପରେ ଗଢ଼ି ଉଠିଥିବା ବହୁ ବସ୍ତି କେନାଲକୁ ଜବରଦଖଲ କରି ଗଢ଼ିଉଠିଛି।  ତା’ସହ  ବହୁ ପ୍ରଭାବଶାଳୀ ବ୍ୟକ୍ତି କେନାଲକୁ ମାଡ଼ି ବସିଛନ୍ତି। ଖାଲି ଏତିକି ନୁହେଁ ତାଳଦଣ୍ଡା ଭଳି ଦୟାୱେଷ୍ଟରେ ନୌବିହାର ହେବ ବୋଲି ମଧ୍ୟ ଯୋଜନା ହୋଇଥିଲା। ତେଣୁ କେନାଲ ମାପଚୁପ ପାଇଁ ବ୍ୟବସ୍ଥା ହେବା ବେଳକୁ ଅଦୃଶ୍ୟ ଚାପରେ ପ୍ରକଳ୍ପ ବନ୍ଦ ହୋଇଗଲା।   
ରସୁଲଗଡ଼ ଗାଁଠାରୁ ଝାରପଡ଼ା ପର୍ଯ୍ୟନ୍ତ କେନାଲ ଭିତରେ ଘର କରାଯାଇଛି। କେନାଲକୁ ପୋତି ଗାଡ଼ି ରଖିବା ପାଇଁ ସ୍ଥାନ ବାହାର କରାଯାଇଛି। ଦୋକାନ ଘର ମଧ୍ୟ କରାଯାଇଛି। ପ୍ରତିଦିନ କେନାଲ କଡ଼ରେ ଥିବା ବସ୍ତିରେ ଗୋଟିଏ ପରେ ଗୋଟିଏ ଘର ଯୋଡ଼ି ହେଉଛି ଓ ବସ୍ତିର କଳେବର ବଢ଼ିବାରେ ଲାଗିଛି। ବଡ଼ଗଡ଼ ନିକଟରେ ତାରିଣୀ ବସ୍ତି, ଚିଲ୍ଳି ପୋଖରୀ ବସ୍ତି ସମ୍ପୂର୍ଣ୍ଣ ଭାବେ କେନାଲ ବନ୍ଧ ଉପରେ ଗଢ଼ି ଉଠିଛି। ସେହିପରି ସାମନ୍ତରାପୁର ଦେଇ ଜଟଣୀ ଯାଏ ଅଧିକାଂଶ ସ୍ଥାନରେ ଜବରଦଖଲ ରହିଛି। ଯାହାକୁ ହଟାଇବା ପାଇଁ ସରକାରଙ୍କ ବଳ ପାଉନି। ଭୋଟ୍‌ ରାଜନୀତି ଉଚ୍ଛେଦରେ ବାଧକ ସାଜୁଛି। ତେବେ ନୂଆ ସରକାର ଏଦଦିରେ  ଉପଯୁକ୍ତ ପଦକ୍ଷେପ ନେଇ ଦୟାୱେଷ୍ଟ୍‌ କେନାଲକୁ ଜବରଦଖଲମୁକ୍ତ କରିବେ ବୋଲି ବୁଦ୍ଧିଜୀବୀମାନେ ଆଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe