ନୟନଜୋରିରୁ ଜବରଦଖଲ ଉଚ୍ଛେଦ

Advertisment
ନୟନଜୋରିରୁ ଜବରଦଖଲ ଉଚ୍ଛେଦ

ବାଲିଅନ୍ତା : ବାଲିଅନ୍ତା ତହସିଲ ଅଧୀନ ପଞ୍ଚାୟତ ରୋଡ୍‌ ନିକଟ ନୟନଜୋରି ଭିତରେ ବାଲିବସ୍ତା ପକାଇ ଜଳ ନିଷ୍କାସନ ପଥ ଅବରୋଧ କରିଥିବା ଏକ ପ୍ଲଟିଂ ସ୍କିମରୁ ଶନିବାର ଦିନ ଜବରଦଖଲ ଉଚ୍ଛେଦ ହୋଇଛି। ତହସିଲଦାର ସରୋଜ କୁମାର ପଣ୍ଡାଙ୍କ ନେତୃତ୍ବରେ ତହସିଲ କର୍ମଚାରୀ, ପୂରଣ ରାଜସ୍ବ କର୍ମଚାରୀଙ୍କ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ ହୋଇଥିଲା। ଭୁବନେଶ୍ବର ତହସିଲ ଅଞ୍ଚଳର ଜଣେ ବିଲ୍ଡର୍‌ ଉକ୍ତ ନୟନଜୋରି ଭିତରେ ବାଲିବସ୍ତା ପକାଇ ନିଜର ୨ ଏକର ପରିମିତ ପ୍ଲଟିଂ ସ୍କିମ୍‌କୁ ରାସ୍ତା ନେବାକୁ ଚେଷ୍ଟା କରିଥିଲେ। ଏ ସଂପର୍କରେ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ। ଉକ୍ତ ନୟନଜୋରି ଧନୁଆଧାରକୁ ସଂଯୋଗ କରୁଥିବାରୁ ଜଳ ନିଷ୍କାସନ ସମସ୍ୟା ଯୋଗୁଁ ଫସଲ ପ୍ରଭାବିତ ହେବ ବୋଲି ଶତାଧିକ ଚାଷୀ ଦସ୍ତଖତ କରି ଅଭିଯୋଗପତ୍ରରେ ଦର୍ଶାଇଥିଲେ। ଅଭିଯୋଗ ପାଇବା ପରେ ତହସିଲ ପ୍ରଶାସନ ଜଳ ନିଷ୍କାସନ ପଥରୁ ଅବରୋଧ ହଟାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe