ସତ୍ୟକାଳୀ ବସ୍ତି‌ରୁ ଜବରଦଖଲ ଉଚ୍ଛେଦ

Advertisment
ସତ୍ୟକାଳୀ ବସ୍ତି‌ରୁ ଜବରଦଖଲ ଉଚ୍ଛେଦ

ଭୁବନେଶ୍ବର : ସ୍ବେରେଜ୍‌ ଲାଇନ୍‌ ନିର୍ମାଣ ପାଇଁ ବାଧକ ସାଜିଥିବା ସତ୍ୟନଗରସ୍ଥିତ ସତ୍ୟକାଳୀ ବସ୍ତିର ୨୫ବଖରା ଘର ଆଜି ଉଚ୍ଛେଦ କରାଯାଇଛି। ବିଡିଏ, ବିଏମ୍‌ସି ଓ ୱାଟ୍‌କୋର ମିଳିତ ଏନ୍‌ଫୋର୍ସମେଣ୍ଟ ଟିମ୍‌ କମିସନରେଟ୍‌ ପୁଲିସ ସହାୟତାରେ ଏହି ଉଚ୍ଛେଦ କରିଛି।

ଗୁରୁବାର ପୂର୍ବାହ୍ନରେ ଏନ୍‌ଫୋର୍ସମେଣ୍ଟ ଟିମ୍‌କୁ ଦେଖି ବସ୍ତିବାସିନ୍ଦା ବିରୋଧ କରିଥିଲେ। ଜେସିବି ଆଗରେ ଛିଡ଼ା ହୋଇ ରହିବାରୁ ଉଚ୍ଛେଦ ବାଧାପ୍ରାପ୍ତ ହୋଇଥିଲା। ଏହାକୁ ନେଇ ଦୀର୍ଘ ୩ଘଣ୍ଟା ଧରି ସେଠ‌ାରେ ଉତ୍ତେଜନା ଲାଗି ରହିଥିଲା। ତେବେ ପୁଲିସର ହସ୍ତକ୍ଷେପ ଫଳରେ ବସ୍ତିବାସିନ୍ଦାଙ୍କୁ ହଟାଯାଇ ଉଚ୍ଛେଦ କରାଯାଇଥିଲା।

ଖାରବେଳନଗର ଥାନା ଅନ୍ତର୍ଗତ ସତ୍ୟକାଳୀ ବସ୍ତିବାସିନ୍ଦାଙ୍କୁ ରାଜୀବ ଆବାସ ଯୋଜନା( ରେ’) ଅଧୀନରେ ରଙ୍ଗମାଟିଆ‌ରେ ଫ୍ଲାଟ୍‌ ମିଳିଛି। ହେଲେ କିଛି ବସ୍ତିବାସିନ୍ଦା ସେଠାକୁ ଯିବାକୁ ମଙ୍ଗୁ ନାହାନ୍ତି। ଆଉ କିଛି ସେଠାରେ ରହି ବସ୍ତିରେ ଥିବା ଘରକୁ ଭଡ଼ା ଲଗାଇ ଦେଇଛନ୍ତି। ଏଠାରେ ୱାଟ୍‌କୋ ସ୍ବେରେଜ୍‌ ଲାଇନ୍‌ ପକାଇବାକୁ ଯୋଜନା କରିଛି। ଏଣୁ ଏମାନଙ୍କୁ ଉଠାଇବାକୁ ବିଡିଏକୁ ଚିଠି ଲେଖିବା ପରେ ଆଜି ଉଚ୍ଛେଦ ହୋଇଛି। ସ୍ବେରେଜ୍‌ ଲାଇନ୍‌ ନିର୍ମାଣ ପାଇଁ ଯେତିକି ଜାଗା ଦରକାର, ଆଜି ସେତିକି ଜାଗାରୁ ଉଚ୍ଛେଦ ହୋଇଛି। ସମୟ ଅଭାବରୁ ବାକି ଆଉ କିଛି ଘର ଭଙ୍ଗା ଯାଇ ପାରିନାହିଁ। ସେଗୁଡ଼ିକୁ ପୁଣି ବିଡିଏ ପକ୍ଷରୁ ଭଙ୍ଗାଯିବ। ସେହିଭଳି ଚନ୍ଦ୍ରଶେଖରପୁର ମୌଜା ଅର୍ନ୍ତଗତ ସରକାରୀ ପ୍ଲଟ୍‌ ନମ୍ବର-୩ ଓ ୪ ରେ ହୋଇଥିବା ବେଆଇନ ନିର୍ମାଣକୁ ଉଚ୍ଛେଦ କରାଯାଇଛି। ୦.୩୦୦ ଡିସିମିଲି ଅର୍ଥାତ୍‌ ୧୨ଶହ ବର୍ଗଫୁଟ୍‌ର ଏକ ସେଡ୍‌ ସହ ପାଣି ଟାଙ୍କିକୁ ଭାଙ୍ଗି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe