ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ

Advertisment

ଏନ୍‌ଜିଓ ନାଁରେ ଦଖଲ କରିଥିଲେ ପୂର୍ବତନ ବିଧାୟକ

ଏନ୍‌ଜିଓ ନାଁରେ ଦଖଲ କରିଥିଲେ ପୂର୍ବତନ ବିଧାୟକ

ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ

ଭୁବନେଶ୍ବର: ଚନ୍ଦ୍ରଶେଖରପୁର ଅଞ୍ଚଳରେ ୩ ଏକର ସରକାରୀ ଜାଗାକୁ ଜବରଦଖଲମୁକ୍ତ କରାଯାଇଛି। ଦଶପଲ୍ଲାର ପୂର୍ବତନ ବିଧାୟକ କାଶୀନାଥ ମଲ୍ଲିକ ଏହି ଜାଗାକୁ ଏକ ଏନ୍‌ଜିଓ ନାଁରେ ଜବରଦଖଲ କରିଥିବାର ଅଭିଯୋଗ ହୋଇଥିଲା। ଏପରିକି ସେ କିଛି ଘର କରି ଭଡ଼ା ଲଗାଇବାର ଅଭିଯୋଗ ସରକାରଙ୍କ ନିକଟରେ ପହଞ୍ଚିଥିଲା। ୨୦୧୭ରେ ଏଠାରୁ ବିଡିଏର ସେଣ୍ଟ୍ରାଲ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ କିଛି ଅଂଶ ଉଚ୍ଛେଦ କରିଥିଲା। ଏହା ପରେ ମାମଲା ହାଇକୋର୍ଟ ଯିବାରୁ ଏହି ଜାଗା ଉପରେ ସ୍ଥଗିତାଦେଶ ଜାରି ହୋଇଥିଲା। ନିକଟ ଅତୀତରେ ସ୍ଥଗିତାଦେଶ ହଟିବା ପରେ ଆଜି ଉଚ୍ଛେଦ କରାଯାଇଛି। ଏଠାରେ ୫ରୁ ୬ଟି ପରିବାର ରହୁଥିବା ଉଚ୍ଛେଦ ବେଳେ ଜଣାପଡ଼ିଛି। ପୂର୍ବରୁ ୩.୫୬୬ଏକର ଜାଗା ଖାଲି କରାଯାଇଥିବା ବେଳେ ଆଜି ୬୬୦ ଡିସିମିଲି ଜାଗା ଖାଲି କରାଯାଇଛି। ଦୁଇଥରରେ ମୋଟ ୩ ଏକର ଜାଗା ଜବରଦଖଲ ମୁକ୍ତ ହୋଇଛି।

ଉଲ୍ଲେଖଯୋଗ୍ୟ, ଚନ୍ଦ୍ରଶେଖରପୁର ମୌଜା ଖାତା ସଂଖ୍ୟା ୬୧୯ ପ୍ଲଟ୍‌ ନମ୍ବର ୩ ଓ ୪ରେ ୩ ଏକରରୁ ଅଧିକ ଜାଗା ଜବରଦଖଲ ହୋଇଥିବା ନେଇ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ଜବରଦଖଲ ମାମଲା ରୁଜୁ କରିଥିଲା। ଏହାକୁ ଉଚ୍ଛେଦ ପାଇଁ ଆଦେଶ ହେବା ପରେ ୨୦୧୭ରେ ବିଡିଏ ଉଚ୍ଛେଦ ପାଇଁ ଉଦ୍ୟମ କରିଥିଲା। କିଛି ଅଂଶ ଉଚ୍ଛେଦ କରିବା ପରେ ବିରୋଧ ହୋଇଥିଲା। ଏଣୁ ଉଚ୍ଛେଦ ସ୍ଥଗିତ ରହିଥିଲା। ଏହା ପରେ ମାମଲା କୋର୍ଟ ଯିବାରୁ ସ୍ଥଗିତା ଦେଶ ଜାରି ହୋଇଥିଲା। ଜୁନ୍‌ ୧୩ ତାରିଖ ପୂର୍ବରୁ ଏହି ଜବରଦଖଲ ଉଚ୍ଛେଦ କରି ରିପୋର୍ଟ ଦାଖଲ କରିବାକୁ ଗତ ଏପ୍ରିଲ ୫ ତାରିଖରେ ହାଇକୋର୍ଟ ଆଦେଶ ଦେଇଥିଲେ। ଏହି ଆଦେଶକୁ ଆଧାର କରି ଭୁବନେଶ୍ବର ତହସିଲଦାର ଗତ ୭ ତାରିଖରେ ବିଡିଏକୁ ଉଚ୍ଛେଦ ପାଇଁ ଚିଠି ଲେଖିଥିଲେ। ଆଜି ଏନ୍‌ଫୋର୍ସମେଣ୍ଟ ଅଫିସର ପ୍ରମୋଦ ପାତ୍ରଙ୍କ ନେତୃତ୍ବରେ ସାଧାରଣ ପ୍ରଶାସନ ବିଭାଗର ସହକାରୀ ନିର୍ଦ୍ଦେଶକ ଅମିୟ ଦାସ, ବିଡିଏ ଲିଆସନ୍‌ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି ପ୍ରମୁଖଙ୍କ ସମେତ ସ୍ବତନ୍ତ୍ର ଟିମ୍‌ ଏହି ଉଚ୍ଛେଦ କରିଥିଲା। ପ୍ରାୟ ୩୬ଟି ଘର ଭଙ୍ଗା ଯାଇଥିଲା। ଏଥିରେ ଆଜ୍‌ବେଜ୍‌ଷ୍ଟସ୍‌, କୋଠା ଘର ସମେତ ବାଥ୍‌ରୁମ୍‌ ଓ ରୋଷେଇ ଘର ରହିଥିଲା। ଏହାକୁ ପାଚେରି କରାଯାଇ ସୁରକ୍ଷିତ ରଖାଯିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି। ଏନେଇ ପୂର୍ବତନ ବିଧାୟକ କାଶୀନାଥ ମଲ୍ଲିକ କହିଛନ୍ତି, ମୁଁ ଘର ଭଡ଼ାରେ ଲଗାଇନଥିଲି, ବରଂ ଏଠାରେ କନ୍ୟାଶ୍ରମ କରିଥିଲି। କିନ୍ତୁ କରୋନା ପାଇଁ ତାହା ବନ୍ଦ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe