ଖେଳ ପଡ଼ିଆରୁ ଜବରଦଖଲ ଉଚ୍ଛେଦ, ବିରୋଧ ଯୋଗୁଁ ଅଧାରୁ ଫେରିଲା ଉଚ୍ଛେଦକାରୀ ଦଳ

ଖେଳ ପଡ଼ିଆରୁ ଜବରଦଖଲ ଉଚ୍ଛେଦ, ବିରୋଧ ଯୋଗୁଁ ଅଧାରୁ ଫେରିଲା ଉଚ୍ଛେଦକାରୀ ଦଳ

ଚନ୍ଦ୍ରଶେଖରପୁର: ମଞ୍ଚେଶ୍ବର ଧିରିକୁଟି ସାହି ନିକଟରେ ଥିବା ଖେଳ ପଡ଼ିଆରୁ ଜବରଦଖଲ ଉଚ୍ଛେଦ ନେଇ ଆଜି ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ବିଡିଏ ଓ ବିଏମ୍‌ସିର ମିଳିତ ଉଚ୍ଛେଦକାରୀ ଦଳ ସହ ଯୁକ୍ତିତର୍କ କରି ବାଟ ଓଗାଳିବାରୁ ଉଚ୍ଛେଦ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିନଥିଲା। ସୂଚନାଯୋଗ୍ୟ, ବସ୍ତିର ଆଦିବାସୀ ଲୋକମାନେ ଏହି ଖେଳ ପଡ଼ିଆକୁ ବହୁ ବର୍ଷ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରିଥା’ନ୍ତି। ତେବେ ଚଳିତବର୍ଷ ବାହାବଙ୍ଗା ପର୍ବ ପାଇଁ ଏହି ପଡ଼ିଆରେ ଏକ ସ୍ଥାୟୀ ମଞ୍ଚ ତିଆରି କରାଯାଉଥିଲା। ଖବର ପାଇ ବିଡିଏ ଓ ବିଏମ୍‌ସିର ଉଚ୍ଛେଦକାରୀ ଦଳ ଆଜି ଘଟଣାସ୍ଥଳରେ ପହଞ୍ଚି ଏହି ବେଆଇନ ନିର୍ମାଣକୁ ଭାଙ୍ଗିଥିଲେ। ତେବେ ଏହି ସମୟରେ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଚାଲି ଆସି ପାଟିତୁଣ୍ଡ କରି ପ୍ରତିବାଦ କରିବାରୁ ଉଚ୍ଛେଦକାରୀ ଦଳକୁ ଅଧାରୁ ଫେରିବାକୁ ପଡ଼ିଥିଲା।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ବହୁ ବର୍ଷ ଧରି ସେମାନେ ଉକ୍ତ ଖେଳପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ କରିଆସୁଥିବା ବେଳେ ଆଜି ସେମାନଙ୍କୁ ବିଏମ୍‌ସି ବାରଣ କରୁଛି। ମାତ୍ର ସେହି ଖେଳ ପଡ଼ିଆ ପାଖରେ କିଛି ଅସାଧୁ ବ୍ୟକ୍ତି ରାସ୍ତାକୁ ଜବରଦଖଲ କରି କାଠଗୋଲା, ଦୋକାନ ଓ ମଠ ମନ୍ଦିର କରିଛନ୍ତି। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ ସେମାନଙ୍କଠାରୁ ଲାଞ୍ଚ ନେଉଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ତେଣୁ ସେମାନଙ୍କୁ ପ୍ରଥମେ ଉଚ୍ଛେଦ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe