ଦାଦାବଟି ଆଦାୟ ଅଭିଯୋଗ: ଦୁର୍ଦ୍ଦାନ୍ତ ରାକା ଗିରଫ, ବନ୍ଧୁକ ଜବତ

ଦାଦାବଟି ଆଦାୟ ଅଭିଯୋଗ: ଦୁର୍ଦ୍ଦାନ୍ତ ରାକା ଗିରଫ, ବନ୍ଧୁକ ଜବତ

ଭୁବନେଶ୍ୱର: ଦାଦାବଟି ଆଦାୟ ଅଭିଯୋଗରେ ଏୟାରଫିଲ୍ଡ ଥାନା ପୁଲିସ୍‌ ଆଜି ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଗିରଫ କରିଛି। ସେ ହେଲା, ବୋତଣ୍ଡା ଭୋଇସାହିର ରାକେଶ ବେହେରା(୩୦)। ପୁଲିସ୍‌ ତା’ ନିକଟରୁ ଏକ ଦେଶୀ ବନ୍ଧୁକ ଜବତ କରିଛି। ପୁଲିସ୍ ସୂଚନାନୁସାରେ, ଜଟଣୀ ରୋଡ୍‌ ହାଇଟେକ୍ ଛକ ନିକଟରେ ରାକେଶ ଏକ ବନ୍ଧୁକ ଦେଖାଇ ଦୋକାନୀ, ଯାତ୍ରୀ, ବିଲଡର୍‌ମାନଙ୍କଠାରୁ ବଟି ଆଦାୟ କରୁଥିଲା। ଏୟାରଫିଲ୍ଡ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତାକୁ କାବୁ କରିଥିଲା। ଘଟଣାସ୍ଥଳରେ ପୁଲିସ୍‌ ତା’ ନିକଟରୁ ଏକ ଦେଶୀ ବନ୍ଧୁକ, ଏକ ମୋବାଇଲ୍, ୭ଶହ ଟଙ୍କା ଓ ଏକ ବାଇକ୍‌ ଜବତ କରିଥିଲା। ରାକେଶ ନିକଟ ଅତୀତରେ ଏନ୍‌ଏସ୍‌ଏରେ ଗିରଫ ହୋଇଥିଲା। ଜେଲ୍‌ରୁ ବାହାରିବା ପରେ ସେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଦୋକାନୀ, ବିଲଡର୍‌ ଏବଂ ଯାତ୍ରୀଙ୍କୁ ଭୟଭୀତ କରାଇ ଦାଦାବଟି ଆଦାୟ କରୁଥିଲା।

ପୁଲିସ୍ ସୂଚନାନୁସାରେ, ରାକା ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଗତ ୨୦୨୦ ଜୁନ୍‌ ୧୬ ତାରିଖରେ ବି ଦାଦାବଟି ମାଗିବା ଅଭିଯୋଗରେ ରାକା ଗିରଫ ‌ହୋଇଥିଲା। ସେହି ଅଞ୍ଚଳର ବିଲଡ଼୍‌ର ମୁକ୍ତିକାନ୍ତ ବଡ଼ୁଙ୍କୁ ଗାଳିମନ୍ଦ କରି ଦାଦାବଟି ମାଗିଥିଲା। ଏନେଇ ମୁକ୍ତିକାନ୍ତ ଥାନାରେ ଅଭିଯୋଗ କରିଥିଲେ। ସେହିପରି ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ପରେ ବୋତଣ୍ଡା ନିକଟରେ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରିବା ଓ ରାସ୍ତାରୋକ କରିବା ଘଟଣାରେ ପୁଲିସ୍‌ ତା’ ବିରୋଧରେ ଦୁଇଟି ମାମଲା ରୁଜୁ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe