ଫରେଷ୍ଟ ପାର୍କ: ଅବ୍ୟବସ୍ଥାରେ ଶୌଚାଳୟ, ଦବିଗଲାଣି ପେଭର୍‌ ବ୍ଲକ୍‌

Advertisment

ଆଗରେ ଚକାଚକ୍‌। କିନ୍ତୁ ଭିତରେ ପଶିଲା ବେଳକୁ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ଏହା ହେଉଛି ୨୨ଏକର ଜମି ଉପରେ ନିର୍ମିତ ବିଜୁ ପଟ୍ଟନାୟକ ଫରେଷ୍ଟ ପାର୍କର ଦୈନନ୍ଦିନ ଘଟଣା।

ଆଗରେ ଚକାଚକ୍‌। କିନ୍ତୁ ଭିତରେ ପଶିଲା ବେଳକୁ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ଏହା ହେଉଛି ୨୨ଏକର ଜମି ଉପରେ ନିର୍ମିତ ବିଜୁ ପଟ୍ଟନାୟକ ଫରେଷ୍ଟ ପାର୍କର ଦୈନନ୍ଦିନ ଘଟଣା।

ggfrt

ପୁରୁଣା ଭୁବନେଶ୍ୱର: ଆଗରେ ଚକାଚକ୍‌। କିନ୍ତୁ ଭିତରେ ପଶିଲା ବେଳକୁ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ଏହା ହେଉଛି ୨୨ଏକର ଜମି ଉପରେ ନିର୍ମିତ ବିଜୁ ପଟ୍ଟନାୟକ ଫରେଷ୍ଟ ପାର୍କର ଦୈନନ୍ଦିନ ଘଟଣା। ପ୍ରତ୍ୟେକ ଦିନ ସକାଳ ହେଲେ ପ୍ରମୁଖ ଭିଆଇପିମାନେ ଏଠାକୁ ଚାଲିବା ଓ ବ୍ୟାୟାମ କରିବାକୁ ଆସନ୍ତି। ବିଭିନ୍ନ ବ୍ୟାୟାମ ଉପକରଣ ସହ ଶିଶୁଙ୍କ ଖେଳିବାକୁ ଉପକରଣ ଥିବାରୁ ଦିନ ତମାମ ପ୍ରାୟ ୧ହଜାରୁ ଊର୍ଦ୍ଧ୍ବ ଲୋକ ଏଠାକୁ ଆସନ୍ତି। ହେଲେ ଚାଲିବାକୁ ଆସୁଥିବା ବ୍ୟକ୍ତିମାନେ ଏହାର ଭିତର ବ୍ୟବସ୍ଥା ଦେଖି ନାକ ଟେକନ୍ତି। 

ପାର୍କର ରକ୍ଷଣାବେକ୍ଷଣ ଦାୟିତ୍ବ ବିଡିଏ ନେଇଥିବାରୁ ମର୍ଣ୍ଣିଂ ୱାକ୍‌ ୱେଲଫେୟାର ଆସୋସିଏନର ପକ୍ଷରୁ ଏହାର ସମସ୍ୟାକୁ ନେଇ ବହୁବାର ଅଭିଯୋଗ କରାଯାଇଛି। ଏଠାରେ ମହିଳା ଓ ପୁରୁଷଙ୍କ ପାଇଁ ୪ଟି ଶୌଚାଳୟ ଥିବା ବେଳେ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ ରହିଛି। ପୁରୁଷ ଓ ମହିଳାମାନଙ୍କ ପାଇଁ ଥିବା ଶୌଚାଳୟ ଭିତରେ ଅପରିଷ୍କାର ହୋଇଥିଲା ବେଳେ ଧୋଇହେବା ସୁବିଧାରେ ଅଟୋମେଟିକ୍‌ ବ୍ୟବସ୍ଥା ନାହିଁ। ଫଳରେ ସର୍ବଦା ଶୌଚାଳୟ ଭିତରୁ ଦୁର୍ଗନ୍ଧ ହେଉଛି। ସାମାନ୍ୟ ଶୌଚ ପାଇଁ ହଟହଟା ହେବାକୁ ପଡ଼ୁଛି। ସେହିପରି ଭିନ୍ନକ୍ଷମମାନଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟ ନିକଟରୁ ଦୁର୍ଗନ୍ଧ ବାହାରୁଥିବା ବେଳେ ଏହା ଆଉ ବ୍ୟବହାର ହେଉନି। ବ୍ୟବହାର ପରେ ପାଣି ଛାଡ଼ିବା ମେସିନ୍‌ କାମ କରୁନି। ଲୋକ ବାଧ୍ୟ ହୋଇ ଏହାର କଡ଼ରେ ପରିସ୍ରା କରୁଛନ୍ତି।

ଅଭିଯୋଗ କଲେ ବି ଶୁଣୁନି ବିଡିଏ

ସମସ୍ୟା ସଂକ୍ରାନ୍ତରେ ଆସୋସିଏନର ସଭାପତି ଦୁର୍ଗା ପ୍ରସାଦ ଦାଶ କହିଛନ୍ତି, ପାର୍କରେ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଲାଣି। ଚାଲିବା ରାସ୍ତା ଗୁଡ଼ିକ ଅଧିକ ଓସାର କରିବା ଆବଶ୍ୟକ ହେଉଛି। ସେହିପରି ପେଭର ବ୍ଲକ୍‌ ରାସ୍ତା ସ୍ଥାନେ ସ୍ଥାନେ ଦବି ଗଲାଣି। ବରିଷ୍ଠ ସଭ୍ୟ ଅଲେଖ ଚନ୍ଦ୍ର ନାୟକ, ଆଶିଷ କୁମାର ପ୍ରତିହାରୀ, ପ୍ରଶାନ୍ତ କୁମାର ପରିଡ଼ା, ସୁନିତା ଧଳ, ଲୀଳାବାତୀ ସାହୁ କହିଛନ୍ତି, ମୋରମ ରାସ୍ତାର ମରାମତି ଆବଶ୍ୟକ। ଶୌଚାଳୟରେ ଏକ୍‌ଜିଟ୍‌ ଫ୍ୟାନ୍‌ ଲଗାଯାଇନାହିଁ। ଚାଲିବା ବେଳେ ଲୋକଙ୍କ ଉପର ନଡ଼ିଆ ପଡ଼ୁଛି। ଆସୋସିଏସନ୍‌ ପକ୍ଷରୁ ବିଡିଏକୁ ବହୁବାର ଅଭିଯୋଗ କରାଯାଇଛି। କର୍ତ୍ତୃପକ୍ଷ ପଦକ୍ଷେପ ନନେଲେ ଆଗାମୀ ଦିନରେ ଧାରଣା ଦିଆଯିବ। ଏନେଇ ବିଡିଏ ନୋଡାଲ ଅଫିସର ଦାଶରଥି ଟୁଡୁ କୁହନ୍ତି ପୂର୍ବରୁ ସୁଲଭ ଇଣ୍ଟରନ୍ୟାସନାଲ ଏହାର ଦାୟିତ୍ବରେ ରହିଥିବାବେଳେ ଏବେ ଓରିଅନ୍‌ ପ୍ରାଇଭେଟ୍‌ ସଲ୍ୟୁସନ୍‌ ଏହାର ଦାୟିତ୍ବ ନେଇଛି। ନିକଟରେ ସେମାନଙ୍କୁ ଜଣାଇ ଖୁବ୍‌ ଶୀଘ୍ର ଏହାର ସଫେଇ କରାଯିବ। ତେବେ ପେଭର ବ୍ଲକ୍‌ ଓ ମୋରମ ରାସ୍ତା ସମ୍ପର୍କରେ ବିଡିଏ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅମ୍ବିକା ମହାନ୍ତିଙ୍କୁ ପଚାରିବାରୁ ସେ କିଛି ଉତ୍ତର ଦେଇ ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe