ଅଲ୍ ଇଣ୍ଡିଆ ତାବଲିଗ୍-ଇ- ସିରାତର ନବନିର୍ମିତ କମିଟି ଗଠନ

Advertisment
ଅଲ୍ ଇଣ୍ଡିଆ ତାବଲିଗ୍-ଇ- ସିରାତର ନବନିର୍ମିତ କମିଟି ଗଠନ

ଭୁବନେଶ୍ବର: ଅଲ୍ ଇଣ୍ଡିଆ ତାବଲିଗ୍-ଇ-ସିରାତର ନବନିର୍ମିତ କମିଟି ଗଠନ ଆଜି ପୂର୍ବାହ୍ନରେ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ନବଗଠିତ କମିଟି ସଭାପତି ମୌଲାନା ଆଲମା ଷ୍ଟାରିସ୍ କମାଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କମିଟି ଗଠନ କାର୍ଯ୍ୟକ୍ରମରେ ସଂଖ୍ୟାଲଘୁ ସେଲ୍‌ର ସର୍ବଭାରତୀୟ ତାବଲିଗ୍ ସିରାତର ଅଧ୍ୟକ୍ଷ ଭ‌ାବେ ଅବଦୁଲ ଗନି ହୁସେନ, ରାଜ୍ୟ ସଭାପତି ଭାବେ ସେଲ୍‌ ସଦରୁଲ ଉଲା, ସାଧାରଣ ସମ୍ପାଦକ ସେକ ଦିଲଦାର ମହମ୍ମଦ, ଉପସଭାପତି ମୁସାରଫ ଖାଁ, ଅସର ଅହମ୍ମଦ, ସମ୍ପାଦକ ଫାୟାଜଉଦ୍ଦିନ ଅହମ୍ମଦ, ରାଜ୍ୟ ଉପଦେଷ୍ଟା ସେକ ମନୱର ଅହମ୍ମଦ ହବିବ, ଜାତୀୟ ସାଧାରଣ ସମ୍ପାଦକ ସୟଦ ଆକବର ଓ ଫରଜାନ ଅଲିମଙ୍କୁ ମନୋନୀତ କରାଯାଇଛି।

ଏଥିରେ ଜାତୀୟ ସାଧାରଣ ସମ୍ପାଦକ ମରକଜ ଅଲଇଣ୍ଡିଆ ତାବଲିଗ୍ ସିରାତର ଜାତୀୟ ସଦସ୍ୟ ଅବଦୁଲ ହବିବ କାଦିରଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ସଂଖ୍ୟାଲଘୁ ନେତୃବୃନ୍ଦ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe