ନକଲି ମଦ କାରଖାନା ଠାବ, ୬ ଗିରଫ

ନକଲି ମଦ କାରଖାନା ଠାବ, ୬ ଗିରଫ

ଭୁବନେଶ୍ବର : ଗତକାଲି ବିଳମ୍ବିତ ରାତିରେ ଖଣ୍ଡଗିରି ଥାନା ପୁଲିସ ସରକନ୍ତରା ଗାଁରେ ଚାଲିଥିବା ଏକ ନକଲି ଦେଶୀ ମଦ କାରଖାନା ଠାବ କରିଛି। ସରକନ୍ତରା ବୁରିଆଲ୍ ପଡ଼ିଆ ନିକଟସ୍ଥ ଏକ ନିଛାଟିଆ ଘରେ ଚାଲିଥିବା ଏହି ମିନି କା‌ରାଖାନରୁ ପୁଲିସ ବିପୁଳ ମଦ ଓ ପ୍ୟାକିଂ ଉପକରଣ ଜବତ କରିଥିବା ବେଳେ ୬ ବେପାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ଡୁମୁଡୁମା ସତ୍ୟନଗରର କୈଳାସ ଦାସ, ବିକି ଦାସ, ଶଙ୍କର ଦାସ, ଦିଲ୍ଲୀପ ଦାସ, ଶିବରାମ ଦାସ ଓ ଗୌରାଙ୍ଗ ଦାସ। ସେଠାରୁ ୮୦ ଲିଟର ଦେଶୀ ମଦ, ୮୫୦ ପଲିଥିନ୍ ପ୍ୟାକେଟ୍‌, ୨ଟି ସିଲିଂ ମେସିନ୍, ୨ ଷ୍ଟ୍ରିପ୍ ନିଶା ବଟିକା, ୨ଟି ସ୍କୁଟି, ନଗଦ ୧୦ ହଜାର ଟଙ୍କା ଓ ୬ଟି ମୋବାଇଲ୍ ଜବତ କରାଯାଇଛି।

ଖବର ଅନୁସାରେ ଅଭିଯୁକ୍ତମାନେ ନକଲି ମଦ ତିଆରି କରି ବିକ୍ରି କରୁଥିଲେ। ସ୍ପିରିଟ୍ ଓ ଦେଶୀ ମଦ ସହିତ ନିଶା ବଟିକା ମିଶାଇ ପ୍ୟାକିଂ କରୁଥିଲେ। ଆସ୍କା-୪୦ ଠାରୁ କମ୍‌ ଦାମ୍‌ରେ ସେମାନେ ଏହି ନକଲି ମଦ ବିକୁଥିଲେ। ନିଶା ବଟିକା ମିଶୁଥିବାରୁ ଅଧିକ ନିଶା ହେଉଥିଲା ଓ ଦାମ୍‌ କମ୍‌ ଥିବାରୁ ଏହି ମଦ ପାଇଁ ଗ୍ରାହକଙ୍କ ଚାହିଦା ଅଧିକ ଥିଲା। ଏମିତିକି କିଛି ଢାବାରେ ମଧ୍ୟ ଏହି ମଦ ବିକ୍ରି ହେଉଥିଲା। ବିଷ‌ାକ୍ତ ହେଲେ ବି ଏହି ମଦ ପାଇଁ ସେମାନଙ୍କ ପାଖରେ ଗ୍ରାହକଙ୍କ ଭିଡ଼ ଜମୁଥିଲା। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଚଢ଼ଉ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe