ଭୁବନେଶ୍ୱର: ରୋଟାରି କ୍ଲବ ଖଣ୍ଡଗିରିର ଦ୍ବିତୀୟ ପ୍ରତିଷ୍ଠାନ ଉତ୍ସବ ୟୁନିଟ-୮ସ୍ଥିତ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରୋଟାରି ଜିଲ୍ଲା ଗଭର୍ଣ୍ଣର-୩୨୬୨ ଜୟଶ୍ରୀ ମହାନ୍ତି, ସମ୍ମାନିତ ଅତିଥି ଭାବେ ରୋଟାରି ଆସିଷ୍ଟାଣ୍ଟ ଗଭର୍ଣ୍ଣର ଜ୍ୟୋତିର୍ବିଦ ପ୍ରମୋଦ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟାନ୍ୟ ଅତିଥି ଭାବେ ପୂର୍ବତନ ରୋଟାରି ଗଭର୍ଣ୍ଣର ଶିବବ୍ରତ ଦାସ, ଅଶ୍ୱିନୀ କର, ଶାନ୍ତନୁ କୁମାର ପାଣି, ରୋଟାରି ଜିଲ୍ଲା ପୋଲିପ୍ଲସ ସଭାପତି ଅନିଲ ସାମଲ, ରୋଟାରି ଜିଲ୍ଲା ଗଭର୍ଣ୍ଣର ତନ୍ମୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ଶ୍ରୀମତୀ ମହାନ୍ତି ରୋଟାରିର ୨୩-୨୪ର ଲକ୍ଷ୍ୟ ‘ବିଶ୍ୱରେ ଆଶା ସୃଷ୍ଟି କରିବା’ ବିଷୟରେ ବିବରଣୀ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନର ପୂର୍ବତନ ସଭାପତି ସୌରଭ ଚାଵଲା ବର୍ତ୍ତମାନର ସଭାପତି ଝରଣା ପାଣିଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ସଂପାଦିକା ରଞ୍ଜିତା ସେଠୀ କ୍ଲବର ଆଗାମୀ ବର୍ଷରେ ହେବାକୁ ଥିବା ଉନ୍ନତିମୂଳକ କାର୍ଯ୍ୟ ବିଷୟରେ କହିଥିଲେ। କାର୍ଯ୍ୟକ୍ରମକୁ ରୋଟାରିଆନ ସରୋଜ ସାହୁ ପରିଚାଳନା କରିଥିଲା ବେଳେ ଉସଭାପତି ନିରୁପମା ନାୟକ, ସଭ୍ୟା ବନଶ୍ରୀ ବାହିନୀପତି, ସୁଷମା ବରାଳ, ରାଜୀବ ରଞ୍ଜନ, ସମରେନ୍ଦ୍ର ବିଶ୍ୱାଳ, ଶିଳାଦିତ୍ୟ ଚୌଧୁରୀ, ଚନ୍ଦ୍ରକାନ୍ତ ଦ୍ୱିବେଦୀ ପ୍ରମୁଖ ଯୋଗ ଦେଇଥିଲେ। କ୍ଲବର ଉପଦେଷ୍ଟା ତରୁଲତା ଦ୍ୱିବେଦୀ ଓ ଆସିଷ୍ଟାଣ୍ଟ ଗଭର୍ଣ୍ଣର ପ୍ରମୋଦ ପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା।
Follow Us