ବଇଁଚୁଆରେ ବ୍ରଜମୋହନ ଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

Advertisment
ବଇଁଚୁଆରେ ବ୍ରଜମୋହନ ଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବାଲିଅନ୍ତା : ବାଲିଅନ୍ତା ବ୍ଲକ ବଇଁଚୁଆ ବିଲସାହିରେ ଆଜି ଶ୍ରୀ ଶ୍ରୀ ବ୍ରଜମୋହନ ଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଓ ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟ ରଂଜନ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ରବିବାର ସ୍ଥାନୀୟ କୁଆଖାଇ ନଦୀରୁ ଘଟ ଅନୁକୂଳ ହୋଇଥିବା ବେଳେ ଆଜି ସକାଳେ ମନ୍ଦିର ପ୍ରତିଷ୍ଠା, ଚକ୍ର ସ୍ଥାପନ, ମଧ୍ୟାହ୍ନରେ ନେତବନ୍ଧା ନୀତି ସଂପନ୍ନ ହୋଇଥିଲା। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ, ମନରେ ବିଶ୍ୱାସ ଥିବା ଯୋଗୁ ଲୋକମାନେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥାନ୍ତି। ସେହିପରି ଲୋକ ବିଶ୍ୱାସ ରଖି ନେତା ନିର୍ବାଚିତ କରିଥାନ୍ତି। ଆଗାମୀ ଦିନରେ ସେ ଏହାକୁ ପାଥେୟ କରି ନିଜର ନେତୃତ୍ୱ ପରିଚାଳନା କରିବେ। ସେହିପରି ବଜେଟ୍‌ ଅଧିବେଶନରେ କୃଷି, ସାମାଜିକ ନିରାପତ୍ତା ଓ ସାଧାରଣ ଜନତାଙ୍କ ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଥିଲେ। ପୂର୍ବାହ୍ନରେ ଅର୍ଥମନ୍ତ୍ରୀ ଶ୍ରୀ ବେହେରା ଓ ସାଂସଦ ଶ୍ରୀ ପଟ୍ଟନାୟକ ବଇଁଚୁଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପହଞ୍ଚିବା ପରେ ସେଠାରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ସମ୍ବର୍ଧିତ କରାଯାଇଥିଲା। ପରେ ଏକ ଶୋଭାଯାତ୍ରାରେ ମନ୍ଦିର ପର୍ଯ୍ୟନ୍ତ ନିଆଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ପଞ୍ଚାୟତର ସରପଞ୍ଚ ବିଜୟ କୁମାର ସାହୁ, ବେଣ୍ଟପୁର ସମିତି ସଭ୍ୟ ତ୍ରୈଲୋକ୍ୟ ମଙ୍ଗରାଜ ଓ ଯୁବନେତା ପ୍ରଶାନ୍ତ ସାହୁଙ୍କ ସହିତ ଲିଙ୍ଗରାଜ ସାହୁ ପ୍ରମୁଖ ସାମିଲ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe