ଶିଶୁଅନନ୍ତ ମହାବିଦ୍ୟାଳୟର ସ୍ବନକ୍ଷତ୍ର ଦିବସ

Advertisment
ଶିଶୁଅନନ୍ତ ମହାବିଦ୍ୟାଳୟର ସ୍ବନକ୍ଷତ୍ର ଦିବସ

ବାଲିପାଟଣା: ବାଲିପାଟଣାସ୍ଥିତ ଶିଶୁ ଅନନ୍ତ ମହାବିଦ୍ୟାଳୟର ୪୫ ତମ ସ୍ବନକ୍ଷତ୍ର ଦିବସ ପାଳିତ ହୋଇଯାଇଛି। କଲେଜ ସଭାଗୃହରେ ଆୟୋଜିତ ସଭାରେ ବିଧାୟକ ଅରବିନ୍ଦ ଢାଲି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ କଲେଜ ୟୁଥ ରେଡକ୍ରସ ତରଫରୁ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ କଲେଜ ପରିଚାଳନା କମିଟି ଅଧ୍ୟକ୍ଷ ତଥା ଭୁବନେଶ୍ୱର ଉପଜିଲ୍ଲାପାଳ ଦେବବ୍ରତ ସାହୁ ଉଦ୍‌ଘାଟନ କରିଥିଲେ। କମିସନରେଟ ପୁଲିସ ଏସିପି ଲଲାଟେନ୍ଦୁ ମହାନ୍ତି ଯୋଗ ଦେଇଥିଲେ। ଉକ୍ତ ଶିବିରରୁ ୪୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

ଆୟୋଜିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବାଲିପାଟଣା ବିଡିଓ ଆଦିକନ୍ଦ ବେହେରା, ଅତିରିକ୍ତ ତହସିଲଦାର ସ୍ନେହଲତା ଆଚାର୍ଯ୍ୟ, କଲେଜ ଅଧ୍ୟକ୍ଷ ନିମାଇଁ ଚରଣ ଜେନା, ପ୍ରେସକ୍ଲବ ସଭାପତି ଦିଲ୍ଲୀପ କୁମାର ଓଝା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅଧ୍ୟାପକ ଅଭୟ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପକ ସତ୍ୟନାରାୟଣ ରଥ କଲେଜ ପରିଚାଳନା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ। କଲେଜ ଆଲୁମିନି କମିଟି ତରଫରୁ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବାଣେଶ୍ୱର କଲେଜ ଅଧ୍ୟକ୍ଷ ପ୍ରଶାନ୍ତ ଦାସ, ଶିଶୁ ଅନନ୍ତ ସ୍ମୃତି ସଂସଦ ସଂପାଦିକା ତନୟା ଦାସ ଗୋସ୍ବାମୀ, ଆଲୁମିନି ସଭାପତି ଲକ୍ଷ୍ମଣ ପଟ୍ଟନାୟକ, ସୁଜିତ ବେହେରା, କଲେଜ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ଅଧ୍ୟାପିକା ସମର୍ପିତା ଷଡ଼ଙ୍ଗୀ ଏବଂ ସସ୍ମିତା ବିଶ୍ୱାଳ ସଭା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe