ସୃଷ୍ଟି ଏକାଡେମି ଅଫ୍‌ ମ୍ୟା‌ନେଜ୍‌ମେଣ୍ଟ୍‌ର ପ୍ରତିଷ୍ଠା ଦିବସ

Advertisment
ସୃଷ୍ଟି ଏକାଡେମି ଅଫ୍‌ ମ୍ୟା‌ନେଜ୍‌ମେଣ୍ଟ୍‌ର ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜମେଣ୍ଟର ୨୦ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି। ଏହି ଅବସରରେ ‘ମ୍ୟାନେଜ୍‌ମେଣ୍ଟ ଶିକ୍ଷା କ୍ଷେତ୍ରରେ ଅସୁବିଧା ଏବଂ ଏହାର ଭବିଷ୍ୟତ ଶିକ୍ଷକତା’ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଦୁବାଇସ୍ଥିତ ବିଆଇଟିଏସ୍‌ ପିଲାନିର ପୂର୍ବତନ ଡିନ୍ ପ୍ରଫେସର ତନ୍ମୟ ପଣ୍ଡା, ଫୋକସଡ୍ ମାଇଣ୍ଡ୍‌ କନ୍‌ସଲଟିଂ ଏବଂ ଟେକ୍ନୋଲୋଜିର ପ୍ରତିଷ୍ଠାତା ସତ୍ୟଜିତ୍ ସେନାପତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ।

ଅନୁଷ୍ଠାନର ଚେୟାରମ୍ୟାନ୍‌ ସରୋଜ କୁମାର ସାହୁ ସୃଷ୍ଟି ଏକାଡେମିର ଦୁଇ ଦଶନ୍ଧିର ଯାତ୍ରା, ସଂଘର୍ଷ ଓ ସଫଳତାର କାହାଣୀ କହିବା ସହ ଉପସ୍ଥିତ ସମସ୍ତ ଅତିଥି ଏବଂ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପ୍ରଫେସର ରଞ୍ଜନ ବଳ ସମସ୍ତ ଅତିଥିଙ୍କୁ ଅନୁଷ୍ଠାନର ମାର୍ଗଦର୍ଶିକା ପ୍ରଦାନ କରିଥିବାବେଳେ ଉପାଧ୍ୟକ୍ଷ ଉମାକାନ୍ତ ଦାଶ ଧନ୍ୟବାଦ ଦେଇଥିଲେ। ପ୍ରଫେସର ପ୍ରଜ୍ଞା ପାରମିତା ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe