ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧିକାରୀ ସଂଘର ପ୍ରତିଷ୍ଠା ଦିବସ

Advertisment
ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧିକାରୀ ସଂଘର ପ୍ରତିଷ୍ଠା ଦିବସ

ଭୁବନେଶ୍ବର: ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧିକାରୀ ସଂଘର ୪୪ ତମ ପ୍ରତିଷ୍ଠା ଦିବସ ଭୁବନେଶ୍ବର ମଣ୍ଡଳ ସଂଘ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି। ସଂଘର ପ୍ରତିଷ୍ଠାତା ଏନ ଏନ ଦାସ ଓ ପି ଭି ଏସ ମୂର୍ତ୍ତିଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରତିଷ୍ଠା ଉତ୍ସବ ଆରମ୍ଭ କରାଯାଇଥିଲା। ଏହି ଅବସରରେ ସଂଘ ତରଫରୁ ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର ଓ ସମ୍ବଲପୁରଠାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

କ୍ୟାପିଟାଲ ହସ୍ପିଟାଲ ସହାୟତାରେ ଅଧିକାରୀ ସଂଘ ଦ୍ବାରା ଏକ ରକ୍ତଦାନ ଶିବିର ଷ୍ଟେଟ ବ୍ୟାଙ୍କର ସ୍ଥାନୀୟ ପ୍ରଧାନ କାର୍ଯ୍ୟାଳୟଠାରେ ଆୟୋଜିତ ହୋଇଥିଲା। ଏହାକୁ ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ରଶେଖର ଶର୍ମା ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ନେଟୱର୍କ-୧ ମହାପ୍ରବନ୍ଧକ ପୋନ୍ନମବଲମ ମୁରୁଗନ, ନେଟୱର୍କ-୨ ମହାପ୍ରବନ୍ଧକ ଉତ୍ତମ କୁମାର ହାଜରା ଚୌଧୁରୀ, ମଣ୍ଡଳ ବିକାଶ ଅଧିକାରୀ ମନୋଜ କୁମାର ସିଂ, ଭୁବନେଶ୍ବର ଅଧିକାରୀ ସଂଘର ସଭାପତି ଅମିତାଭ ଦାସ ଓ ସାଧାରଣ ସମ୍ପାଦକ ଅରୁଣ କୁମାର ବିଶୋୟୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହି ଶିବିରରୁ ୭୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe