Advertisment

ଲକ୍ଷ୍ମୀସାଗର ହାଇସ୍କୁଲ୍‌ରେ ମଧ୍ୟାହ୍ନ ଭୋଜନ କକ୍ଷର ଶିଳାନ୍ୟାସ: ବିଜେପି-ବିଜେଡି ମୁହାଁମୁହିଁ

Advertisment

ଲକ୍ଷ୍ମୀସାଗର ହାଇସ୍କୁଲରେ ମଧ୍ୟାହ୍ନ ଭୋଜନ ଓ ସଭାଗୃହର ଶିଳାନ୍ୟାସ ହୋଇଛି।  ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ଗୃହର ଆଜି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶିଳାନ୍ୟାସ କରିଛନ୍ତି।

ଲକ୍ଷ୍ମୀସାଗର ହାଇସ୍କୁଲରେ ମଧ୍ୟାହ୍ନ ଭୋଜନ ଓ ସଭାଗୃହର ଶିଳାନ୍ୟାସ ହୋଇଛି।  ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ଗୃହର ଆଜି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶିଳାନ୍ୟାସ କରିଛନ୍ତି।

fhffh

ଭୁବନେଶ୍ବର: ଲକ୍ଷ୍ମୀସାଗର ହାଇସ୍କୁଲରେ ମଧ୍ୟାହ୍ନ ଭୋଜନ ଓ ସଭାଗୃହର ଶିଳାନ୍ୟାସ ହୋଇଛି।  ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ଗୃହର ଆଜି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶିଳାନ୍ୟାସ କରିଛନ୍ତି। ତେବେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମକୁ ନେଇ ଝଡ଼ ଉଠିଛି। ଏଠାକୁ ସ୍ଥାନୀୟ ବିଧାୟକ ଓ କର୍ପୋରେଟରଙ୍କୁ ଡକାଯାଇ ନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ କର୍ପୋଟର ଭରତ ଲେଙ୍କା କହିଛନ୍ତି ବିକାଶ ମୂଳକ କାର୍ଯ୍ୟରେ ରାଜନୀତି ନକରି ସରକାର ବିକାଶ ପାଇଁ କରିବା ଉଚିତ। ଏହି କାର୍ଯ୍ୟକ୍ରମରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଡକାଯାଇଛି। କିନ୍ତୁ ସ୍ଥାନୀୟ ବିଧାୟକ ଓ କର୍ପୋରେଟରଙ୍କୁ କାହିଁକି ଉପେକ୍ଷା କରାଯାଇଛି? ସାଂସଦ ପାଣ୍ଠି ହେଉ କିମ୍ବା ଶିକ୍ଷା ବିଭାଗର ଅନୁଦାନ ହେଉ, ଜନପ୍ରତିନିଧିମାନଙ୍କୁ ଏହି କାର୍ଯ୍ୟକ୍ରମରୁ ବଞ୍ଚିତ କରିବା ଏକ କୁତ୍ସିତ ରାଜନୈତିକ ଆଭିମୁଖ୍ୟ ବୋଲି କର୍ପୋରେଟର ଶ୍ରୀ ଲେଙ୍କା ଅଭିଯୋଗ କରିଛନ୍ତି। 

ଅନ୍ୟପଟେ ବିଜେପି ନେତା ଜଗନ୍ନାଥ ପ୍ରଧାନ କହିଛନ୍ତି ଯେ ୨୦୧୯ ମସିହା‌ରୁ ତତ୍‌କାଳୀନ ସାଂସଦ ସ୍ବର୍ଗତ ରଘୁନାଥ ମହାପାତ୍ର ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମୟରେ ଭୋଜନ କକ୍ଷ ନିର୍ମାଣ ପାଇଁ ୨୦ ଲକ୍ଷ ଟଙ୍କା ସାଂସଦ ପାଣ୍ଠିରୁ ଘୋଷଣା କରିଥିଲେ। କିନ୍ତୁ ସେତେବେଳର ସରକାର ଏହି ଟଙ୍କାକୁ ଖର୍ଚ୍ଚ ନ କରି ପକାଇ ରଖିଥିଲେ। ଏହି ମଞ୍ଜୁର ଟଙ୍କାକୁ ଜାଣି ଜାଣି କାର୍ଯ୍ୟରେ ଲଗାଉ ନଥିଲେ। ୫ ବର୍ଷ ପରେ ବିଜେପି ସରକାର ଆସିବା ପରେ ଏହି ଟଙ୍କାକୁ କାର୍ଯ୍ୟରେ ଲଗାଇଛି। ଆଜିର ଶିଳାନ୍ୟାସ ହେବା ପରେ ଏହାକୁ ନେଇ ଅଯଥା ରାଜନୀତି କରୁଛନ୍ତି। ଟଙ୍କା ମଞ୍ଜୁର କରାଯିବା ପରେ କେଉଁ କାରଣରୁ ପୂର୍ବ ସରକାର ଏହାକୁ ଅଟକାଇ ରଖିଥିଲେ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ସ୍ୱର୍ଗତ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ହାତପାଣ୍ଡିରୁ ଏହି ଟଙ୍କା ୨୦୧୯ ମସିହାରେ ଅନୁମୋଦିତ ହୋଇଥିଲା। ଦୀର୍ଘ ଦିନ ଧରି ଏହି କାର୍ଯ୍ୟ ହୋଇପାରି ନଥିଲା। ଆଜିର ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ନିରୁପମା ସାହୁ, ବିଜେପି ନେତା ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe