ଏକାମ୍ରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ଏକାମ୍ରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ଭୁବନେଶ୍ବର: ଆଜି ଏକାମ୍ର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶିଶୁପାଳଗଡ଼ ପଞ୍ଚାୟତ ବଡ଼ଟାଙ୍ଗୀ ସିମେଣ୍ଟ କଂକ୍ରିଟ ରାସ୍ତା ଓ ଶୌଚାଳୟ ନିର୍ମାଣ ପାଇଁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶିଳାନ୍ୟାସ କରିଛନ୍ତି। ସେହିପରି ଲିଙ୍ଗିପୁର ପଞ୍ଚାୟତର ଲିଙ୍ଗିପୁର ହରିଜନ ସାହି ରାସ୍ତା ଓ ନାଥପୁର ମିଶ୍ର ସାହି ରାସ୍ତା, ଧଉଳି ପଞ୍ଚାୟତ ସରଦେଇପୁର ରାସ୍ତା ପାଇଁ ମନ୍ତ୍ରୀ ଶ୍ରୀ ପଣ୍ଡା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କାର୍ଯ୍ୟକ୍ରମରେ ଭୁବନେଶ୍ୱର ପଞ୍ଚାୟତ ସମିତି ଅଧ୍ୟକ୍ଷା ନିରୁପମା ସାହୁ, ଜିଲ୍ଲା ପରିଷଦ ସଭ୍ୟ ସୁବାସ ସୁନ୍ଦରାୟ, ସରପଞ୍ଚ ରଶ୍ମିରଞ୍ଜନ ଶ୍ରୀଚନ୍ଦନ, କ୍ଷୀରୋଦ ପ୍ରଧାନ, ଚନ୍ଦନ ମଲ୍ଲିକ, ରଞ୍ଜିତ ସୁବୁଦ୍ଧି, ସମିତି ସଭ୍ୟ ବିନୋଦ ରାଉତରାୟ, ପ୍ରକାଶ ସାହୁ, ସରସ୍ଵତୀ ସେଠୀ, ମନ୍ତ୍ରୀଙ୍କ ଭୁବନେଶ୍ୱର ବ୍ଲକ ପ୍ରତିନିଧି କୃଷ୍ଣଚନ୍ଦ୍ର ସାହୁ, ପୂର୍ବତନ ସମିତି ସଭ୍ୟ ହେମନ୍ତ ପ୍ରଧାନ, ଭଗବାନ ସାହୁ, ପଞ୍ଚାୟତ ସଭାପତି ଦିଲ୍ଲୀପ ଜେନା, ପ୍ରକାଶ ସାହୁ, ସୁଧାରଞ୍ଜନ ପ୍ରଧାନ, ମନୋରଞ୍ଜନ ମହାନ୍ତି, ରୀନାରାଣୀ ବେହେରା, ସଦାଶିବ ଜେନା, ଗଜେନ୍ଦ୍ର ବେହେରା, ପ୍ରମୋଦ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe