ଏକାମ୍ରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

Advertisment
ଏକାମ୍ରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ଭୁବନେଶ୍ବର: ଏକାମ୍ର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ ୫୫ର ଗୋସାଗରେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଅନୁଦାନରେ ପ୍ରାୟ ୨୩ ଲକ୍ଷ ଟଙ୍କାର ଅତିରିକ୍ତ ଶ୍ରେଣୀଗୃହ ଏବଂ ୧ଲକ୍ଷ ଟଙ୍କାରେ ମୋହିନୀ ଠାକୁରାଣୀ ମନ୍ଦିର ପ୍ରାଚେରିକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଛନ୍ତି। ସେହିପରି କୁଞ୍ଜପାଟଣା ସାହି, ମୋହିନୀ ସାହି ଓ ରାମେଶ୍ବର ପାଟଣାର ରାସ୍ତା ଓ ନାଳ ନିର୍ମାଣ ପାଇଁ ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ପ୍ରାୟ ୩୧ ଲକ୍ଷ ଟଙ୍କାର କାର୍ଯ୍ୟକୁ ମନ୍ତ୍ରୀ ଶ୍ରୀ ପଣ୍ଡା ଶିଳାନ୍ୟାସ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମେୟର ମଞ୍ଜୁଲତା କହଁର, କର୍ପୋ‌ରେଟର୍‌ ନୃପେଶ ନାୟକ, ଶିବପ୍ରସାଦ ବେହେରା, ଦାଶରଥୀ ଗରାବଡୁ, ପ୍ରଧାନ ଶିକ୍ଷୟିତ୍ରୀ ନିରୁପମା ନନ୍ଦ, ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ଦାସ, ଜୟନ୍ତ ମହାପାତ୍ର, ପୂର୍ଣ୍ଣେନ୍ଦୁ ପୂଜାପଣ୍ଡା, ନଳିନୀକାନ୍ତ ପଣ୍ଡା, ହିମାଦ୍ରୀ ମହାପାତ୍ର, ଅମରେନ୍ଦ୍ର ଗରାବଡୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe