ଏକାମ୍ରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

Advertisment
ଏକାମ୍ରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ଭୁବନେଶ୍ବର: ଏକାମ୍ର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ ୬୦ ଏବଂ ୬୫ରେ ବିଭିନ୍ନ ପ୍ରକଳ୍ପକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶିଳାନ୍ୟାସ କରିଛନ୍ତି। ସେଥିମଧ୍ୟରୁ ୬୦ନଂ ୱାର୍ଡର ଲିଙ୍ଗରାଜ ନଗରରେ ୨ଟି ଡ୍ରେନ, ହାଟସାହି ଛକରୁ ବିଏମ ହାଇସ୍କୁଲ ପାର୍ଶ୍ୱଦେଇ ପାପନାଶିନୀ ପୁଷ୍କରିଣୀ ପର୍ଯ୍ୟନ୍ତ ରାସ୍ତା, କେଦାରଲେନ ରାସ୍ତା, ଖରାଖିଆ ଅଞ୍ଚଳ ରାସ୍ତା, କପିଳେଶ୍ୱର ଗ୍ରାମରେ ନାଳ ଓ ରାସ୍ତା, ରାଧାରମଣ କଲୋନିରେ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ସହ ବଶିଷ୍ଟନଗର ଅଞ୍ଚଳରେ ଏକ ଡ୍ରେନର ଉଦ୍‌ଘାଟନ କରିଛନ୍ତି।

ସେହିପରି ୬୫ ନଂ ୱାର୍ଡର ଡୁମୁଡୁମା ହାଉସିଂ ବୋର୍ଡ ଫେଜ୍ ୧ରାସ୍ତା, ପାଲାମଣ୍ଡପ ନିକଟ ରାସ୍ତା ଓ ଡ୍ରେନ, ସୁବାସନଗର ବିଜୁ ଆଦର୍ଶ କଲୋନି ରାସ୍ତା ଏବଂ ଅନ୍ୟ ୬ ଗୋଟି ରାସ୍ତା ପାଇଁ ଶିଳାନ୍ୟାସ କରିଥିଲେ। ଏହି ସମସ୍ତ ପ୍ରକଳ୍ପର ମୋଟ ଅଟକଳ ପ୍ରାୟ ୪.୫୦ କୋଟି ଟଙ୍କା ହେବ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଏମ୍‌ସି ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, କର୍ପୋରେଟର ଚନ୍ଦ୍ରଶେଖର ମଲିଆ, ରଶ୍ମିରଞ୍ଜନ ପାଟ୍ଟଶାଣୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe