ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଝାଡ଼ଖଣ୍ଡର ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ କମିସନରେଟ ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ରାଣୀ ମହୁମାଛିଙ୍କ ସମେତ ୨ ଜଣ ଦଲାଲ ଓ ଘର ମାଲିକ ସାମିଲ ଥିବା ଜଣାପଡ଼ିଛି। ଅଭିଯୁକ୍ତମାନେ ହେଲେ ମଞ୍ଜୁ ସେଠୀ, ଘର ମାଲିକ ସଂଜୀବ ଦାସ ଓରଫ ବାପି, ଦଲାଲ ମମତା ସାହୁ ଓ ଅବିନାଶ ମୁଦୁଲି। 

Advertisment

ଆହୁରି ପଢ଼ନ୍ତୁ: Maharastra : ଖାଇରେ ଖସିପଡ଼ିଲା ବସ୍, ୮ ତୀର୍ଥଯାତ୍ରୀଙ୍କ ମୃତ୍ୟୁ

ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ ଗଣମାଧ୍ୟମକୁ କହିଛନ୍ତି ଝାଡ଼ଖଣ୍ଡର ନାବାଳିକା ଦୁଷ୍କର୍ମ ମାମଲାରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତଙ୍କ ତାଲିକାରେ ରାଣୀ ମହୁମାଛି ସମେତ ୨ ଜଣ ଦଲାଲ ଓ ଘର ମାଲିକ ସାମିଲ ଅଛନ୍ତି। ଦେହଜୀବୀ ମଞ୍ଜୁ ସେଠୀ ନାବାଳିକାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଛାଡି ଦେଇ ଚାଲିଯାଇଥିଲା। ହସ୍ପିଟାଲରେ ନାବାଳିକାଙ୍କୁ ଛାଡି ଥିବା ଯେଉଁ ବ୍ୟକ୍ତିଙ୍କ ଫୋନ୍  ନମ୍ବର ଥିଲା ସେହି ନମ୍ବରରେ ପୁଲିସ୍ ଧରିବା ପରେ ସବୁ କିଛି ସତ ସାମ୍ନାକୁ ଆସିଥିଲା। ତେବେ ପୀଡ଼ିତାଙ୍କୁ ପଚରାଉଚରା ସହ ଯେଉଁ ବ୍ୟକ୍ତିମାନଙ୍କୁ ପୁଲିସ୍ ଗିରଫ କରିଥିଲା ସେମାନଙ୍କୁ ଚିହ୍ନଟ କରିଥିଲେ ପୀଡ଼ିତା। ଲକ୍ଷ୍ମୀ ସାଗର ଥାନା ଅଞ୍ଚଳରୁ ତିନି ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ଦେହଜିବୀ ମଞ୍ଜୁ ସେଠୀ, ମମତା ସାହୁ, ବାପି ଦାସ, ଅବିନାଶ ମୁଦୁଲିକୁ ଗିରଫ କରାଯାଇଛି। ବାପି ଓରଫ ସଞ୍ଜୀବ ଦାସ ଘର ମାଲିକ ସମେତ ଦଲାଲ ଅବିନାଶ ମୁଦୁଲିଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଲଗାଇଚି ପୁଲିସ୍। ଝାରଖଣ୍ଡ ପୁଲିସ୍ ସହ ଯୋଗାଯୋଗ କରାଯାଇଛି। 

ଆହୁରି ପଢ଼ନ୍ତୁ: No alternative to Nitish Kumar: ନୀତିଶ କୁମାରଙ୍କ ବିକଳ୍ପ ନାହିଁ କହିଲେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଝାଡ଼ଖଣ୍ଡର ନାବାଳିକା ଅଶୋକ ନଗର ଅଞ୍ଚଳ ରାସ୍ତାକଡ଼ରେ ଦରମଲା ଅବସ୍ଥାରେ ପଡ଼ିଥିଲେ। କିଛି ଲୋକ ମାନସିକ ବିକୃତ ଭାବି ଅଣଦେଖା କରିଥିଲେ। ରାତି ଯେତେ ବଢ଼ିଥିଲା ନାବାଳିକା ଯନ୍ତ୍ରଣାରେ ଅଧିକ ଛଟପଟ ହେଉଥିଲେ। କିଛି ଅଟୋ ଚାଳକ ଘଟଣାସ୍ଥଳକୁ ଯାଇ ଦେଖିଥିଲେ ନାବାଳିକାର ଦେହର ବିଭିନ୍ନ ସ୍ଥାନ କ୍ଷତାକ୍ତ ହୋଇଛି। ପିନ୍ଧିଥିବା ପୋଷାକ ଚିରା ହୋଇଛି। ଏହା ଦେଖି ସେମାନେ ପୁଲିସ୍‌କୁ ଫୋନ୍ କରିଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ସମୟରେ ଡାକ୍ତର ଜାଣିବାକୁ ପାଇଥିଲେ ନାବଳିକା ସହ ପାଶବିକ ଅତ୍ୟାଚାର ହୋଇଛି। ନାବାଳିକା ଜଣଙ୍କ କଥା ମଧ୍ୟ ହୋଇ ପାରୁନଥିଲେ। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଘର ଝାଡ଼ଖଣ୍ଡର ବୋଲି ନାବାଳିକା ଡାକ୍ତରଙ୍କୁ ଜଣାଇଛନ୍ତି। ପୀଡ଼ିତାଙ୍କ ଅବସ୍ଥା ଦେଖି କ୍ୟାପିଟାଲ୍ ହସ୍ପିଟାଲ୍ କର୍ତ୍ତୃପକ୍ଷ ଏ ବିଷୟରେ ତୁରନ୍ତ କ୍ୟାପିଟାଲ ଥାନା ପୁଲିସ୍‌କୁ ଜଣାଇଥିଲେ। ଖବର ପାଇ ପୁଲିସ୍ ବିଳମ୍ବିତ ରାତିରେ ଗଣଦୁଷ୍କର୍ମ ଓ ପୋକ୍ସୋ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ନାବାଳିକାର ପରିବାର ଲୋକଙ୍କୁ ଯୋଗାଯୋଗ କରିଛି।

Bhubaneswar | Crime