ଜିରୋ ନାଇଟ୍‌ରେ ଖଣ୍ଡା ବୁଲାଇ ଆତଙ୍କ; ଗ୍ୟାଙ୍ଗ୍‌ର ୪ ଗିରଫ, ମାରଣାସ୍ତ୍ର ଓ ବାଇକ୍ ଜବତ

Advertisment
ଜିରୋ ନାଇଟ୍‌ରେ ଖଣ୍ଡା ବୁଲାଇ ଆତଙ୍କ; ଗ୍ୟାଙ୍ଗ୍‌ର ୪ ଗିରଫ, ମାରଣାସ୍ତ୍ର ଓ ବାଇକ୍ ଜବତ

ଭୁବନେଶ୍ୱର : ଶୁକ୍ରବାର ବିଳମ୍ବିତ ରାତିରେ ରାସ୍ତାରେ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରୁଥିବା ଏକ ଗ୍ୟାଙ୍ଗ୍‌ର ୪ଜଣଙ୍କୁ ଗିରଫ କରିଛି ବଡ଼ଗଡ଼ ପୁଲିସ। ସେମାନେ ହେଲେ ବାଲିଅନ୍ତାର ରାଜୀବ ସାହୁ, ଆକାଶ କୁମାର ପ୍ରଧାନ, ନିର୍ମଳ ଭୋଇ ଏବଂ ପୁରୀ ଗୋପର ପ୍ରସାଦ କୁମାର ରାଉତରାୟ ଓରଫ ସୁଶାନ୍ତ। ପୁଲିସ ସେମାନଙ୍କ ପାଖରୁ ଗୋଟିଏ କଟୁରି, ଗୁପ୍ତି, ଚାପଡ଼, ଲୁହାରଡ୍ ଓ ୨ଟି ବାଇକ୍ ଜବତ କରିଛି।

ଖବର ଅନୁଯାୟୀ, ଶୁକ୍ରବାର ଗତକାଲି ବିଳମ୍ବିତ ରାତିରେ ୪ ଅଭିଯୁକ୍ତ ୨ଟି ବାଇକ୍‌ରେ ମାରଣାସ୍ତ୍ର ଧରି ରାସ୍ତାରେ ଆତଙ୍କ ଖେଳାଉଥିଲେ। ଲୁଇସ୍ ରୋଡ୍‌ ନିକଟରେ ଖଣ୍ଡା ବୁଲାଉଥିବା ବେଳେ ବଡ଼ଗଡ଼ ପୁଲିସ ଖବର ପାଇ ଘଟଣାସ୍ଥଳରେ ଚଢ଼ଉ କରି ଦୁର୍ବୃତ୍ତଙ୍କୁ କାବୁ କରିଥିଲା। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତ ରାଜୀବ ହେଉଛି ଜଣେ ପେସାଦାର ଅପରାଧୀ। ତା’ ନାଁରେ ବିଭିନ୍ନ ଥାନାରେ ଆପରାଧିକ ମାମଲା ଥିବା ବେଳେ ନିକଟରେ ସେ ଏକ ହତ୍ୟା ଉଦ୍ୟମ ମାମଲାରେ ଜାମିନ୍‌ରେ ଆସିଛି। ସେ କେବିଏନ୍ ଗ୍ୟାଙ୍ଗ୍ ଭଳି ଗୋଷ୍ଠୀ ତିଆରି କରି ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିବା ପାଇଁ ଗ୍ୟାଙ୍ଗ୍ ଗଠନ କରୁଥିଲା। ଏହି ଗ୍ୟାଙ୍ଗ୍‌ରେ ୨ଜଣ ଅଳିଆବୁହା ଗାଡ଼ିର ଚାଳକ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe