ପୁଲିସ ଗାଡ଼ିକୁ ଆକ୍ରମଣ ଘଟଣା: ୪ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

Advertisment
ପୁଲିସ ଗାଡ଼ିକୁ ଆକ୍ରମଣ ଘଟଣା: ୪ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ଭୁବନେଶ୍ବର : ମୋବାଇଲ ଚୋରକୁ ଧରିବାକୁ ଯାଇଥିବା ପୁଲିସ ଟିମ୍ ଉପରେ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା ମାମଲାରେ ୪ ଜଣଙ୍କୁ ଗିରଫ କରିଛି ଖାରବେଳନଗର ଥାନା ପୁଲିସ। ସେମାନେ ହେଲେ, ଏସ୍‌.କେ କାଲା ଓରଫ୍ ଏସ୍‌.କେ ମୋହସିନ୍, ଏସ.କେ ହସିବୁଲ ରହେମାନ, ଏସ୍‌.କେ ଜାମସେଦ୍ ଅଲ୍ଲୀ, ଏସ୍‌.କେ କରିବୁଲ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ତାର କେତେକ ସହଯୋଗୀ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ଲାଗି ପୁଲିସ ଚଢ଼ଉ ଜାରି ରଖିଛି।

ମିଳିଥିବା ସୂଚନା ଅନୁସାରେ, ଗତ ୨୯ ତାରିଖରେ ଶାନ୍ତିନଗରରେ କିଛି ଦୁର୍ବୃତ୍ତ ଚୋରା ମୋବାଇଲ ବିକ୍ରି କରିବା ଲାଗି ଡିଲ୍ କରୁଥିବା ଖାରବେଳନଗର ଥାନା ପୁଲିସକୁ ଖବର ମିଳିଥିଲା। ପୁଲିସ ଟିମ୍ ସେଠାରେ ଚଢ଼ଉ କରି ଧରିବାକୁ ଯାଇଥିଲା। କିନ୍ତୁ ଦୁର୍ବୃତ୍ତମାନେ ପୁଲିସକୁ ଆକ୍ରମଣ କରିବା ସହ ଗାଡ଼ି ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ୩୦ରୁ ଅଧିକ ଦୁର୍ବୃତ୍ତ ସାମିଲ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe