‌ତେଲ ପକାକୁ କେନ୍ଦ୍ର କରି ମାଡ଼ପିଟ୍‌, ୪ ଅଟକ

Advertisment
ନାବାଳିକାକୁ ମାଡ଼ ମାରି ଫିଙ୍ଗିଦେବା ମାମଲା: ଦମ୍ପତି ଗିରଫ

image source-times of india

ଭୁବନେଶ୍ବର : ତେଲ ପକାଇବାକୁ କେନ୍ଦ୍ର କରି ଶନିବାର ଦିନ ସାଲିଆସାହିରେ ଥିବା ଏକ ପେଟ୍ରୋଲ ଟାଙ୍କିରେ ଭୀଷଣ ଗଣ୍ଡଗୋଳ ଘଟିଛି। ଦୁଇ ପକ୍ଷର ସଂଘର୍ଷରେ ଏକାଧିକ ଆହତ ହୋଇଛନ୍ତି। ଏହି ଘଟଣାରେ ନୂଆପଲ୍ଲୀ ଥାନା ପୁଲିସ୍‌ ଉଭୟ ପକ୍ଷର ମୋଟ ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନାନୁଯାୟୀ, ଶନବାର ବିଳମ୍ବିତ ରାତିରେ ସାଲିଆସାହିର ଜଣେ ଯୁବକ ଉକ୍ତ ଟାଙ୍କିକୁ ତେଲ ପକାଇବାକୁ ଆସିଥିଲା। କିନ୍ତୁ, ଟାଙ୍କି ବନ୍ଦ ହୋଇଗଲାଣି, ଆଉ ତେଲ ମିଳିବ ନାହିଁ ବୋଲି ଜଣେ କର୍ମଚାରୀ ତାଙ୍କୁ କହିଥିଲେ। ଏହାକୁ କେନ୍ଦ୍ର କରି ଦୁହିଁଙ୍କ ଭିତରେ ବଚସା ହୋଇଥିଲା। ଫଳରେ ଟାଙ୍କିରେ ଥିବା ସିକ୍ୟୁରିଟି ଗାର୍ଡ ଉକ୍ତ ଯୁବକକୁ ମାଡ଼ ମାରିଥିଲେ। ଏହାର କିଛି ସମୟ ପରେ ୧୦ରୁ ୧୫ ସହଯୋଗୀଙ୍କ ସହ ମାଡ଼ ଖାଇଥିବା ଯୁବକ ଟାଙ୍କିକୁ ଆସି କର୍ମଚାରୀଙ୍କୁ ମାଡ଼ ମାରିଥିଲା। ଖବର ପାଇ ପୁଲିସ୍ ଉଭୟ ପକ୍ଷର ମୋଟ ୪ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe