୪ ଇଂଜିନିୟରିଂ ଛାତ୍ର ନିଖୋଜ, ଥାନାରେ ଅଭିଯୋଗ

Advertisment
୪ ଇଂଜିନିୟରିଂ ଛାତ୍ର ନିଖୋଜ, ଥାନାରେ ଅଭିଯୋଗ

ଭୁବନେଶ୍ବର : ତମାଣ୍ଡୋ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ଇଂଜିନିୟରିଂ କଲେଜର ୪ଜଣ ଛାତ୍ର ଶୁକ୍ରବାରଠାରୁ ନିଖୋଜ ହୋଇଯାଇଛନ୍ତି। ଏନେଇ ଘରୋଇ ଇଂଜିନିୟରିଂ କଲେଜ ପକ୍ଷରୁ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଛି। ସେମାନେ ହେଲେ ବିହାର ସନ୍ଦେଶ ଥାନା ଅନ୍ତର୍ଗତ ଅଭୟପୁର ଗ୍ରାମର ଆଦିତ୍ୟ କୁମାର (୨୧), ଝାଡ଼ଖଣ୍ଡ ଛୋଟ ଗୋବିନ୍ଦପୁର ଥାନା ଅନ୍ତର୍ଗତ ଜନତା ମାର୍କେଟ ଷ୍ଟେସନ ରୋଡ୍ ଅଞ୍ଚଳର ଭିଶାଲ ପାଣ୍ଡେ, ଝା଼ଡଖଣ୍ଡ ସୀତାରାମଡେରା ଥାନା ଅନ୍ତର୍ଗତ କ୍ରସ ରୋଡ୍ ଅଞ୍ଚଳର ତ୍ରିନେତ୍ର କୁମାର(୨୦) ଓ ବିହାର ଜାମ୍ମୁଇ ଅଞ୍ଚଳର ଶେଖର ସିଂ ରାଜପୁତ(୨୧)। ଅଭିଯୋଗ ପାଇ ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ୪ ଛାତ୍ରଙ୍କୁ ଖୋଜୁଥିବା ଜଣାପଡ଼ିଛି।

ନିଖୋଜ ୪ଜଣ ଛାତ୍ର ରାଜ୍ୟ ବାହାରର ହୋଇଥିବା ବେଳେ ସେମାନେ ଗୋଟିଏ ରୁମ୍‌ରେ ଭଡ଼ାରେ ରହୁଥିଲେ। ତେଣୁ ସମ୍ଭବତଃ ସାଙ୍ଗ ହୋଇ ଘରକୁ ଯାଇଥାଇ ପାରନ୍ତି ବୋଲି ପୁଲିସ ଆଶଙ୍କା କରୁଛି। ଅପରପକ୍ଷରେ ମୋବାଇଲ୍ ଲୋକେସନ୍ ଶେଷଥର ପାଇଁ ସମ୍ବଲପୁରରେ ଦେଖାଇଥିଲା। ତେଣୁ ଘରକୁ ଯାଉଥିବା ସେମାନେ ସନ୍ଦେହ କରୁଛନ୍ତି। ତେବେ ଗତ ମାସେ ତଳେ ମଧ୍ୟ ସମାନ ଢଙ୍ଗରେ ଜଣେ ଛାତ୍ର ହଠାତ୍ ନିଖୋଜ ହୋଇଯାଇଥିଲେ। ତାଙ୍କୁ ଯୋଗାଯୋଗ କରିବାରୁ କୌଣସି ଖବର ମିଳିନଥିଲା। ପରେ ତମାଣ୍ଡୋ ଥାନା ପୁଲିସ ପରିବାର ଲୋକଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ ସେଠାରେ ଥିବା ଜାଣିଥିଲା। ତେଣୁ ସମ୍ଭବତଃ ୪ଛାତ୍ର ମଧ୍ୟ ଘରକୁ ଯାଇଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe