image source-Sabrang India
ଭୁବନେଶ୍ୱର : ରାଜଧାନୀରେ ଡକାୟତି ଉଦ୍ୟମ କରୁଥିବା ୪ଜଣଙ୍କୁ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ, ସେହି ଥାନା ଅଧୀନ କଞ୍ଚ ଭୋଇସାହିର ନରେଶ ବେହେରା ଓରଫ କାଉ (୨୨), ମଠ ଭୋଇ ସାହିର ବୀର ବେହେରା(୨୨), ନଳାମୁହଁ ସାହିର ରବୀନ୍ଦ୍ର ବେହେରା(୩୦) ଓ ଚିତ୍ରକାରିଣୀ ମନ୍ଦିର ସମ୍ମୁଖ ଗଳିରେ ରହୁଥିବା ରମେଶ ମିଶ୍ର(୩୦)। ପୁଲିସ ସୂଚନା ଅନୁଯାୟୀ ଗତକାଲି ରାତି ସାଢ଼େ ୧ଟାରେ ସାମନ୍ତରାପୁର ଭୁଆଶୁଣୀ ମନ୍ଦିର ପଛ ପାଖରେ ବସି ଡକାୟତ ଉଦ୍ୟମ କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ପୁଲିସ ଚଢ଼ଉ କରି ସେମାନଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ଲୁହା ରଡ୍ ଓ ଛୁରି ଜବତ ହୋଇଛି। ପୁଲିସ୍ ଆଜି ୪ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।
Follow Us