‘ଫ୍ରାଗମେଣ୍ଟ୍‌ ଅଫ୍ ଏ ଡାଏରି’ ଉନ୍ମୋଚିତ

Advertisment

ଅନୁବାଦ ସାହିତ୍ୟ ପୁସ୍ତକରେ ରିହାତି ପାଇଁ ସରକାର ସହାୟତା ଦେବା ଆବଶ୍ୟକ

ଅନୁବାଦ ସାହିତ୍ୟ ପୁସ୍ତକରେ ରିହାତି ପାଇଁ ସରକାର ସହାୟତା ଦେବା ଆବଶ୍ୟକ

‘ଫ୍ରାଗମେଣ୍ଟ୍‌ ଅଫ୍ ଏ ଡାଏରି’ ଉନ୍ମୋଚିତ

ଭୁବନେଶ୍ବର: ବାମଣ୍ଡା ରାଜବଂଶର ଦେୱାନ ଥିବା ଜଳନ୍ଧର ଦେବ ୧୯୧୦ ମସିହାରେ ଦକ୍ଷିଣ ଓଡ଼ିଶା ଦେଇ ଶ୍ରୀଲଙ୍କା ଯିବା ବେଳର ଅନୁଭୂତିକୁ ନେଇ ଏକ ପୁସ୍ତକ ରଚନା କରିଥିବା ବେଳେ ଆଜି ଏହାର ଇଂରାଜୀ ଅନୁବାଦ ‘ଫ୍ରାଗ୍‌ମେଣ୍ଟ୍‌ସ ଅଫ୍‌ ଏ ଡାଏରି: ଏ ଟ୍ରିପ୍‌ ଟୁ ଶ୍ରୀଲଙ୍କା’ ଉନ୍ମୋଚିତ ହୋଇଛି। ପୁସ୍ତକର ଅନୁବାଦ କରିଛନ୍ତି ‘ସମ୍ବାଦ’ର ଯୁବ ସାମ୍ବାଦିକ ଆଦିତ୍ୟ ନାୟକ। ସମ୍ବାଦ ଭବନ ପରିସରରେ ଆୟୋଜିତ ଏହି ଲୋକାର୍ପଣ ସଭାରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ପୁସ୍ତକ ଉନ୍ମୋଚନ କରି କହିଲେ, ଯେବେ ଇତିହାସ ଦୁର୍ବଳ ହୁଏ, ସେତେବେଳେ ଆତ୍ମଜୀବନୀ, ଭ୍ରମଣ କାହାଣୀ ଏହାର ଭରଣା କରିଥାଏ। ଅନୁବାଦ ସାହିତ୍ୟ ମୂଲ୍ୟବାନ। ଏହି କ୍ରମରେ ଏକ ଓଡ଼ିଆ ଭ୍ରମଣ କାହାଣୀର ଇଂରାଜୀ ଅନୁବାଦ ପ୍ରଶଂସନୀୟ।

ବିଶିଷ୍ଟ କଥାକାର ଗୌରହରି ଦାସ କହିଲେ, ଏହି ବହି ଓଡ଼ିଆ ପ୍ରାଚୀନ ସାହିତ୍ୟର କିୟଂଦଶ। ଗପ, କବିତା, ପ୍ରବନ୍ଧ ବ୍ୟତୀତ ଏ ପ୍ରକାର ପୁସ୍ତକର ମଧ୍ୟ ଆବଶ୍ୟକତା ରହିଛି। କେରଳରେ ମାଲାୟଲମ୍‌ ସାହିତ୍ୟ ପୁସ୍ତକ ଅପେକ୍ଷା ସେହି ବହିର ଇଂରାଜୀ ଅନୁବାଦ ପୁସ୍ତକରେ ଅଧିକ ରିହାତି ପ୍ରଦାନ କରାଯାଉଥିବା ବେଳେ ଆମ ରାଜ୍ୟରେ ମଧ୍ୟ ଅନୁବାଦ ପୁସ୍ତକ ଉପରେ ରିହାତି ପାଇଁ ସରକାରୀ ସୂତ୍ରରୁ ସହାୟତା ଯୋଗାଇ ଦିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହି ଅବସରରେ ଲେଖକ ତଥା ‘ଆମ ଓଡ଼ିଶା’ ସମ୍ପାଦକ ସ୍ବରାଜ ମିଶ୍ର, ‘ସମ୍ବାଦ’ର ବରିଷ୍ଠ ସାମ୍ବାଦିକ ଗୌତମବୁଦ୍ଧ ଦାସ ଅତିଥି ଭାବେ ଉପସ୍ଥିତ ଥିଲେ। ପୁସ୍ତକର ଅନୁବାଦକ ଆଦିତ୍ୟ ନାୟକ ପୁସ୍ତକ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଶେଷରେ କ୍ଷେତ୍ରବାସୀ ନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe