ଐତିହ୍ୟ ସହର ଗଢ଼ିବାରେ ସହଯୋଗ କରିବେ ଫ୍ରାନ୍ସ, ଜର୍ମାନ

ଐତିହ୍ୟ ସହର ଗଢ଼ିବାରେ ସହଯୋଗ କରିବେ ଫ୍ରାନ୍ସ, ଜର୍ମାନ

ଭୁବନେଶ୍ବର : ପୁରୁଣା ଭୁବନେଶ୍ବରକୁ ଐତିହ୍ୟ ସହର କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏହାକୁ କିପରି ଭିନ୍ନ ରୂପରେ ପ୍ରସ୍ତୁତ କରିହେବ, ସେଥିପାଇଁ ବିଡିଏକୁ ଫ୍ରାନ୍ସ ଓ ଜର୍ମାନ୍‌ର ଆର୍କିଟେକ୍ଟମାନେ ସହଯୋଗ କରିବେ।

ପୁରୁଣା ଭୁବନେଶ୍ବରରେ ଥିବା ୩୭୧ଟି ଐତିହ୍ୟସ୍ଥଳୀର ରକ୍ଷଣାବେକ୍ଷଣ, ସଂରକ୍ଷଣ ଏବଂ ଏହାକୁ ଭିନ୍ନ ଢଙ୍ଗରେ ଉପସ୍ଥାପନ କରିବାକୁ ବିଡିଏ ପକ୍ଷରୁ ‘ସହରାଞ୍ଚଳ ବିକାଶରେ ଭୁବନେଶ୍ୱରର ଐତିହ୍ୟ ଏବଂ କୀର୍ତିରାଜିର ଭୂମିକାକୁ ନେଇ ଏକ ଆଲୋଚନାଚକ୍ର ବିଡିଏ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ‌ବୈଠକରେ ଫ୍ରାନ୍ସର ଷ୍ଟାସବର୍ଗସ୍ଥିତ ନ୍ୟାସନାଲ ସ୍କୁଲ ଅଫ୍ ଆର୍କିଟେକଚର୍, ଜର୍ମାନିସ୍ଥିତ କାର୍ଲସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଫ୍ୟାକଲଟି ଅଫ୍ ଆର୍କିଟେକଚର୍, ମୁମ୍ବାଇର କମଳା ରାହେଜା ବିଦ୍ୟାନିଧି ଇନଷ୍ଟିଚ୍ୟୁଟ୍ ଫର୍ ଆର୍କିଟେକଚର୍ ଆଣ୍ଡ ଏନଭାଇରନମେଣ୍ଟାଲ ଷ୍ଟଡିଜ୍‌ର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଯୋଗଦେଇ ସେମାନଙ୍କର ମତ ରଖିଥିଲେ। କିଟ୍ ସ୍କୁଲ୍ ଅଫ୍ ଆର୍କିଟେକ୍ଚର ଆଣ୍ଡ ପ୍ଲାନିଙ୍ଗ, ବିଡିଏ ହେରିଟେଜ୍ ସେଲ୍‌, ଭୁବନେଶ୍ବର ଅର୍ବାନ ନଲେଜ ସେଣ୍ଟର ଏବଂ ଫ୍ରାନ୍ସ ଦୂତାବାସର ମିଳିତ ଉଦ୍ୟମରେ ଏହି ଆଲୋଚନାଚକ୍ର ଆୟୋଜନ ହୋଇଥିଲା। ଏଥିରେ ବିଡିଏ ପ୍ଲାନିଂ ମେମ୍ବର ଗୌରୀଶଙ୍କର ଭୂୟାଁ ଏବଂ କିଟ୍‌ ସ୍କୁଲ ଅଫ୍ ଆର୍କିଟେକଚର୍‌ର ପ୍ଲାନିଙ୍ଗ ପ୍ରଫେସର ଏସ୍‌.ଏସ୍ ରାୟ ଯୋଗଦେଇଥିଲେ। ସ୍ମାର୍ଟ ସିଟି ଯୋଜନାରେ ଭୁବନେଶ୍ବରର ବିକାଶ ହେବାକୁ ଥିବାବେଳେ ଏଥିରେ ଐତିହ୍ୟ ଓ କୀର୍ତ୍ତିରାଜିକୁ କିପରି ଗୁରୁତ୍ବ ଦିଆଯାଇପାରିବ ସେନେଇ ଆଲୋଚନା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe