ସୁରକ୍ଷା କର୍ମୀ ନିଯୁକ୍ତି ନାଁରେ ଠକେଇ: ୩ ଲକ୍ଷ ୪୦ହଜାର ନେଇ ଧୂର୍ତ୍ତ ଛୁ’

Advertisment
ସୁରକ୍ଷା କର୍ମୀ ନିଯୁକ୍ତି ନାଁରେ ଠକେଇ: ୩ ଲକ୍ଷ ୪୦ହଜାର ନେଇ ଧୂର୍ତ୍ତ ଛୁ’

Blackbird Security

ଧଉଳି: ସୁରକ୍ଷା କର୍ମୀ ନିଯୁକ୍ତି ନାଁରେ ପାଖାପାଖି ୧୪୦ ଜଣଙ୍କଠାରୁ ଏକ ସଂସ୍ଥା ୩ ଲକ୍ଷ ୪୦ ହଜାର ଟଙ୍କା ଠକି ନେଇଥିବା ଧଉଳି ଥାନାରେ ଅଭିଯୋଗ ହୋଇଛି। ଘଟଣାର ତଦନ୍ତ କରି ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିବାକୁ ଚେଷ୍ଟା ଚଳାଇଛି।

ଠକାମିର ଶିକାର ଯୁବକମାନଙ୍କ ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଅଧୀନ ରାଜସୁନାଖଳା ଅଞ୍ଚଳର ଏହି ଧୂର୍ତ୍ତ ପ୍ରଥମେ ଏଠାରେ ନାଗେଶ୍ବର ଟାଙ୍ଗି ଅଞ୍ଚଳ‌ରେ ଏକ ସିକ୍ୟୁରିଟି ସଂସ୍ଥା ଖୋଲିଥିଲା। ସେଠାରେ ଅପ୍ରୀତିକର ପରିସ୍ଥିତି ଉପୁଜିବାରୁ ଗତବର୍ଷ ଡିସେମ୍ବରରେ ଶିଶୁପାଳଗଡ଼ ଅଞ୍ଚଳକୁ ଅଫିସ୍‌ ସ୍ଥାନାନ୍ତର କରିଥିଲା। ସେଠାରେ ଶତାଧିକ ଯୁବକ/ଯୁବତୀଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇଥିଲା। ହେଲେ କାହାକୁ ନିଯୁକ୍ତି ମିଳିନଥିଲା। ଟଙ୍କା ଫେରାଇବାକୁ କହିବାରୁ ଆଜିକାଲି କହି ଦିନ ଗଡ଼ାଇ ଚାଲିଥିଲା। ଏବେ ଅଫିସ୍‌ରେ ତାଲା ପକାଇ ଫେରାର୍‌ ହୋଇଯାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe