ଫ୍ଲାଟ୍‌ ଦେବା ନାଁରେ ଠକେଇ ଘଟଣା: ‘ମୋ ଭାଇଙ୍କୁ ପୁଲିସ ଫସାଇ ଦେଇଛି’

ଫାଷ୍ଟ୍‌ଫୁଡ୍‌ ଦୋକାନୀଙ୍କୁ ଆକ୍ରମଣ ମାମଲା: ଉଭୟ ପକ୍ଷରୁ ୬ ଗିରଫ

Dailyhunt

ଭୁବନେଶ୍ବର : ବସେରା ଡିଜାଇନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଫ୍ଲାଟ୍‌ ଦେବା ନାଁରେ ଠକେଇ ଘଟଣା ଭିନ୍ନ ମୋଡ଼ ନେଇଛି। ଗିରଫ ହୋଇଥିବା ଜିତେନ୍ଦ୍ର ବିଶୋଇ ସଂସ୍ଥାର ଜଣେ ସାଧାରଣ କର୍ମଚାରୀ ହୋଇଥିବା ବେଳେ ପୁଲିସ ଷଡ଼ଯନ୍ତ୍ର କରି ତାଙ୍କୁ ଗିରଫ କରିଛି ବୋଲି ସାନଭାଇ ଶୀତେନ୍ଦ୍ର ବିଶୋଇ କହିଛନ୍ତି। ତାଙ୍କ ଭାଇଙ୍କ ବିରୋଧରେ ଅଭିଯୋଗ କରିଥିବା ବ୍ୟକ୍ତି ଜଣଙ୍କ ମଞ୍ଚେଶ୍ବର ଥାନା ଆଇଆଇସିଙ୍କ ସମ୍ପର୍କୀୟ ହୋଇଥିବାରୁ ପୁଲିସ ଏଭଳି ଚକ୍ରାନ୍ତ କରିଛି ବୋଲି ସେ ଅଭିଯୋଗ କରିଛନ୍ତି।

ଶୀତେନ୍ଦ୍ରଙ୍କ କହିବା ଅନୁଯାୟୀ, କିଛି ଦିନ ତଳେ ଅଧରାତିରେ ମଞ୍ଚେଶ୍ବର ଥାନା ଆଇଆଇସି ଏବଂ ତାଙ୍କ ଟିମ୍‌ କଟକସ୍ଥିତ ତାଙ୍କ ଘରକୁ ଯାଇ ଧମକଚମକ ଦେଇଥିଲେ। ଏମିତିକି ଖୋଦ୍‌ ମଞ୍ଚେଶ୍ବର ଥାନା ଆଇଆଇସି ତାଙ୍କ ଭାଇଙ୍କୁ ଶିଖରପୁର ଛକରୁ ଉଠାଇ ନେଇଥିଲେ। ସହିଦନଗର ଥାନାରେ ମାମଲା ରୁଜୁ ‌ହୋଇଥିବା ବେଳେ କାହିଁକି ମଞ୍ଚେଶ୍ବର ଥାନା ଆଇଆଇସି ତାଙ୍କୁ ଉଠାଇନେଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏମିତିକି ତାଙ୍କ ଭାଇଙ୍କ ଗାଡ଼ିରେ ଥିବା ୫ଲକ୍ଷ ଟଙ୍କା ପୁଲିସ ନେଇଯାଇଛି। ଆଉ ଗାଡ଼ିକୁ ସହିଦନଗର ଥାନା ବଦଳରେ ମଞ୍ଚେଶ୍ବର ଥାନାରେ ରଖାଯାଇଥିବା ସେ କହିଛନ୍ତି। ଏନେଇ ସେ ପୁଲିସ କମିସନର, ମାନବାଧିକାର କମିସନ ଏବଂ କଟକ ସଦର ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe