ଋଣ ନାଁରେ ଜାଲିଆତି, ୧୮ଲକ୍ଷ ଠକେଇ ପୂର୍ବତନ କର୍ମଚାରୀ ଗିରଫ

Advertisment
ଆକ୍ରମଣ ଅଭିଯୋଗରେ ଯୁବକ ଗିରଫ, ଖଣ୍ଡା ଜବତ

Image Courtesy of Times of India

ଭୁବନେଶ୍ବର: କାହାର ଟିଭି ପାଇଁ ତ ଋଣ କାହାର ଫ୍ରିଜ୍‌ ପାଇଁ। ପୁଣି କାହାକୁ ଦାମୀ ମୋବାଇଲ୍‌ ପାଇଁ ଋଣ କରାଇଦେବା ନାଁରେ ଜାଲିଆତି କରି ଲକ୍ଷଲକ୍ଷ ଟଙ୍କା ଠକେଇ। ଏଭଳି ଏକ ଅଭିଯୋଗରେ କ୍ୟାପିଟାଲ୍‌ ଥାନା ପୁଲିସ ବଜାଜ୍‌ ଫାଇନାନ୍ସର ଜଣେ ପୂର୍ବତନ କର୍ମଚାରୀଙ୍କୁ ଗିରଫ କରିଛି। ସେ ହେଲେ, କଟକ ଜିଲ୍ଲା ନୂଆପଡ଼ା ଅଞ୍ଚଳର ସୁବ୍ରତ ପଶାୟତ(୨୫)। ପୁଲିସ ତାଙ୍କଠାରୁ ଗୋଟିଏ ମୋବାଇଲ୍‌ ଓ କେତେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି।

ସୂଚନା ମୁତାବକ, ୪ବର୍ଷ ତଳେ ସୁବ୍ରତ ବଜାଜ୍‌ ଫାଇନାନ୍ସରେ କଷ୍ଟମର୍‌ ଏକ୍‌ଜିକ୍ୟୁଟିଭ୍‌ ଭାବେ ଯୋଗ ଦେଇଥିଲେ। ସେ ଗ୍ରାହକଙ୍କ କାଗଜପତ୍ର ଯାଞ୍ଚ କରି ବିଭିନ୍ନ ଇଲେକ୍ଟ୍ରୋନିକ୍ସ ଉପକରଣ ପାଇଁ ଋଣ କରାଉଥିଲେ। ଏହାର ସୁଯୋଗ ନେଇ ସେ ବିଭିନ୍ନ ଗ୍ରାହକଙ୍କ ନାଁରେ ଜାଲ୍‌ କାଗଜପତ୍ର ଦେଇ ସଂସ୍ଥାରୁ ୧୮ଲକ୍ଷ ଟଙ୍କା ଋଣ ନେଇଥିଲେ। ହେଲେ ବାସ୍ତବରେ ଏହି ଋଣ ଟଙ୍କା କୌଣସି ଗ୍ରାହକଙ୍କ ଆକାଉଣ୍ଟକୁ ଯାଇନଥିଲା। ଗ୍ରାହକଙ୍କ ନାଁରେ ଋଣ ଉଠାଇ ସୁବ୍ରତ ନିଜେ ଲୁଟିଥିଲେ। ତାଙ୍କ ନାଁରେ ଅନିୟମିତତା ଅଭିଯୋଗ ଆସିବା ପରେ ତାଙ୍କୁ ବର୍ଷେ ତଳେ ଚାକିରିରୁ ବାହାର କରି ଦିଆଯାଇଥିଲା। କିଛିଦିନ ତଳେ କେତେକ ଗ୍ରାହକଙ୍କ ନିକଟକୁ କିସ୍ତି ସୁଝିବା ପାଇଁ ମେସେଜ୍‌ ଯାଇଥିଲା। ସେମାନେ କୌଣସି ଋଣ ନେଇନଥିବା ବେଳେ କିସ୍ତି ସୁଝିବା କଥା ଶୁଣି ଚକିତ ହୋଇପଡ଼ିଥିଲେ ଏବଂ ସଂସ୍ଥାକୁ ଆସି ଅଭିଯୋଗ କରିଥିଲେ। ଅଡିଟ୍‌ ବେଳେ ଜଣାପଡ଼ିଥିଲା ଯେ ସୁବ୍ରତ ଏବଂ ତା’ର କେତେକ ସହଯୋଗୀ ଚଞ୍ଚକତା କରି ଗ୍ରାହକଙ୍କ ନାଁରେ ଟଙ୍କା ଲୁଟିଛନ୍ତି। ଏନେଇ ସଂସ୍ଥା ପକ୍ଷରୁ କ୍ୟାପିଟାଲ୍‌ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା। ଗତକାଲି ରାତିରେ ପୁଲିସର ଏକ ଟିମ୍‌ କଟକ ନୂଆପଡ଼ାସ୍ଥିତ ସୁବ୍ରତଙ୍କ ଘରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe