ଧରାପଡ଼ିଲା ୟୁନିଟ-୧ ହାଟରେ ପିଣ୍ଡି କେଳେଙ୍କାରୀ

ଅସହାୟ ମହିଳା ଫେରିପାଇଲେ ଖୋଲା ପିଣ୍ଡି ଜବରଦଖଲ ଉଚ୍ଛେଦ କଲା ବିଏମ୍‌ସି

ଖାଉଟି ବଜାରରେ ଅହେତୁକ ଦରବୃଦ୍ଧି: ଟମାଟୋ ୧୦୦କୁ ବ୍ରଏଲର ୨୪୦

ଭୁବନେଶ୍ୱର: ୟୁନିଟ-୧ ହାଟରେ କିପରି ପିଣ୍ଡି କେଳାଙ୍କାରୀ ଚାଲିଛି ତା’ର ଉଦାହରଣ ଦେଖିବାକୁ ମିଳିଛି। ହାଟ ବ୍ୟବସାୟୀ ସଂଘକୁ ହାତ କରି ଜଣେ ଅସହାୟ ମହିଳାଙ୍କ ପିଣ୍ଡିକୁ କେତେକ ଲୋକ ଜବରଦଖଲ କରି ନେଇଥିବା ବେଳେ ବିଏମ୍‌ସି କମିସନରଙ୍କ ହସ୍ତକ୍ଷେପ ଯୋଗୁଁ ମହିଳାଙ୍କୁ ପିଣ୍ଡି ମିଳିଛି। ଏବେ ବି ହାଟରେ ବହୁ ପିଣ୍ଡିକୁ ଏମିତି ଜବରଦଖଲ କରି ରଖାଯାଇଥିବା ବେଳେ ଏହା କେବେ ମୁକ୍ତ ହେବ, ସେନେଇ ପ୍ରଶ୍ନ ଉଠିଲାଣି।

ମିଳିଥିବା ସୂଚନା ଅନୁଯାୟୀ, ଶରତ ପଣ୍ଡା ନାମକ ଜଣେ ବ୍ୟକ୍ତି ହାଟରେ ଥିବା ଖୋଲା ପିଣ୍ଡିରେ ଦୀର୍ଘ ୨୫ବର୍ଷ ହେଲା ବ୍ୟବସାୟ କରୁଥିଲେ। ଦୈନିକ ଟିକସ ବି ଦେଇ ଆସୁଥିଲେ। କିନ୍ତୁ ଗତ ଏପ୍ରିଲରେ ତାଙ୍କର ମୃତ୍ୟୁ ପରେ ତାଙ୍କ ପତ୍ନୀ ବିନୋଦିନୀ ପଣ୍ଡା ଏଠାରେ ବ୍ୟବସାୟ କରୁଥିଲେ। ବିନୋଦିନୀଙ୍କ ଅସହାୟତାର ସୁଯୋଗ ନେଇ ତାଙ୍କ ଦେଢ଼ଶୁର ସୁରେନ୍ଦ୍ର ପଣ୍ଡା, ମହେନ୍ଦ୍ର ପଣ୍ଡା କିଛି ଦିନ ତଳେ ଚକ୍ରାନ୍ତ କରି ବିନୋଦିନୀଙ୍କ ଦୋକାନ ଭାଙ୍ଗି ଜିନିଷ ନେଇଯିବା ସହ ସେଠାରେ ନିଜର ଦୋକାନ କରିଥିଲେ। ବିନୋଦିନୀଙ୍କ ଅଭିଯୋଗ ଅନୁଯା‌ୟୀ, ସୁରେନ୍ଦ୍ର ବ୍ୟବସାୟୀ ମହାସଂଘର ଏକ ଚୁକ୍ତିପତ୍ର ଦେଖାଇ କହିଥିଲେ ଯେ ତାଙ୍କ ସ୍ବାମୀ ଶରତ ଅଗ୍ରିମ ୩୦ହଜାର ଟଙ୍କା ଏବଂ ମାସିକ ୮ହଜାର ଟଙ୍କା ଦେବାକୁ ଚୁକ୍ତି କରିଛନ୍ତି। ସୁରେନ୍ଦ୍ରଙ୍କର ଏହି ଚୁକ୍ତିପତ୍ରକୁ ବିନୋଦିନୀ ଅଣଦେଖା କରିବାରୁ ଅଗଷ୍ଟ ୧ରେ ସୁରେନ୍ଦ୍ର, ମହେନ୍ଦ୍ର ଓ ବ୍ୟବସାୟୀ ମହାସଂଘର କେତେକ ବ୍ୟକ୍ତି ତାଙ୍କ ଦୋକାନ ଭାଙ୍ଗି ଦେବା ସହ ବିଭିନ୍ନ ସାମଗ୍ରୀ ଲୁଟି ନେଇଥିଲେ। ଏହାପରେ ବିନୋଦିନୀ ଅଗଷ୍ଟ ୧୪ରେ ବିଏମ୍‌ସି କମିସନରଙ୍କ ନିକଟରେ ଅଭିଯୋଗ କରିବା ପରେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରିବାକୁ କମିସନର ପ୍ରେମଚନ୍ଦ୍ର ଚୌଧୁରୀ ବିଏମ୍‌ସି ଡେପୁଟି କମିସନର (ମାର୍କେଟ୍) ଶ୍ରୀମନ୍ତ ମିଶ୍ରଙ୍କୁ ଦାୟିତ୍ବ ଦେଇଥିଲେ। ଏହାପରେ ଶ୍ରୀ ମିଶ୍ର ବିନୋଦିନୀ ଦାଖଲ କରିଥିବା କାଗଜପତ୍ର, ମହଜୁଦ୍ ରସିଦ୍ ଏବଂ ବିନୋଦିନୀଙ୍କ ଦେଢଶୁର ବିଏମସିକୁ ଦେଇଥିବା ଲିଖିତ କାଗଜକୁ ଯାଞ୍ଚ କରିବା ପରେ ସୁରେନ୍ଦ୍ର ଓ ମହେନ୍ଦ୍ର କରିଥିବା ଜବରଦଖଲକୁ ଉଚ୍ଛେଦ କରି ବିନୋଦିନୀଙ୍କୁ ତୁରନ୍ତ ତାଙ୍କ ପିଣ୍ଡି ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଆଜି ମିଳିତ ଉଚ୍ଛେଦକାରୀ ୟୁନିଟ-୧ ହାଟରେ ଉଚ୍ଛେଦ କରିବା ସହ ବିନୋଦିନୀଙ୍କୁ ତାଙ୍କ ପିଣ୍ଡି ହସ୍ତାନ୍ତର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe