ଭୁବନେଶ୍ବର: ସ୍କ୍ରାପ ଦେବା ନାଁରେ ସାଢ଼େ ୯ ଲକ୍ଷ ଠକେଇ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ସେ ହେଲେ ଜଟଣୀ ଅଞ୍ଚଳର ମମ୍ତାଜ(୨୯)। ସୂଚନା ମୁତାବକ, ଜଟଣୀ ଅଞ୍ଚଳରେ ମମ୍ତାଙ୍କ ମାସି ଏଣ୍ଟରପ୍ରାଇଜେସ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ସଂସ୍ଥା ରହିଛି। ଗତ ଡିସେମ୍ବରରେ ମମତାଜ୍ ସନ୍ଦୀପ ଅଗ୍ରୱାଲ୍ ନାମକ ଜଣେ ବ୍ୟକ୍ତିଙ୍କୁ ରାୟଗଡ଼ାରୁ ଲୁହା ସ୍କ୍ରାପ୍ ଦେବାକୁ କହିଥିଲେ। ଏଥିପାଇଁ ସେ ତାଙ୍କୁ ସାଢ଼େ ୯ଲକ୍ଷ ଟଙ୍କା ମାଗିଥିଲେ। ପାଲ୍ ହାଇଟ୍ ନିକଟରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।
ଚୁକ୍ତି ମୁତାବକ ମମତାଜ୍ ରାୟଗଡ଼ାର ଏକ ଘରୋଇ ସଂସ୍ଥାରୁ ଟ୍ରକ୍ରେ ଲୁହା ସ୍କ୍ରାପ ଲୋଡ୍ କରି ସନ୍ଦୀପଙ୍କୁ ଭିଡିଓ ଓ ଫଟୋ ପଠାଇଥିଲେ। ଏହାପରେ ସନ୍ଦୀପ ତାଙ୍କୁ ସାଢ଼େ ୯ଲକ୍ଷ ଟଙ୍କା ଦେଇଥିଲେ। ମମତାଜ୍ ଟଙ୍କା ନେଇଥିଲେ ହେଁ ସ୍କ୍ରାପ ପଠାଇ ନଥିଲେ। ସ୍କ୍ରାପ ନ ମିଳିବାରୁ ସନ୍ଦୀପ ଟଙ୍କା ଫେରାଇବାକୁ କହିଥିଲେ। ମମତାଜ୍ ତାଙ୍କୁ ଧମକଚମକ ଦେଇଥିଲେ। ଏନେଇ ସନ୍ଦୀପ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ମହିଳାଙ୍କ ସ୍ବାମୀଙ୍କ ନାମରେ ମଧ୍ୟ ଏଭଳି ଏକାଧିକ ଠକେଇ ମାମଲା ରହିଛି।
Follow Us