ଫେସବୁକ୍‌ ଆକାଉଣ୍ଟ୍ କ୍ଲୋନିଂ କରି ୮ହଜାର ଟଙ୍କା ଠକି ନେଇଗଲା ସାଇବର ଠକ

Advertisment

ହକି ତାରକା ଅମିତ୍ ରୋହିଦାସ ଓ ସମାଜସେବୀ ଅଭିରାମ ମଲ୍ଲିକ୍‌ଙ୍କ ନାଁରେ ମଧ୍ୟ ଖୋଲାଯାଇଛି ନକଲି ଆକାଉଣ୍ଟ୍‌

ହକି ତାରକା ଅମିତ୍ ରୋହିଦାସ ଓ ସମାଜସେବୀ ଅଭିରାମ ମଲ୍ଲିକ୍‌ଙ୍କ ନାଁରେ ମଧ୍ୟ ଖୋଲାଯାଇଛି ନକଲି ଆକାଉଣ୍ଟ୍‌

ସାଇବର୍‌ ଠକ ଦୁଇ ଭାଇଙ୍କ କାରନାମା: ଦେଶରୁ ଲୁଟିଲେଣି ହଜାରେ କୋଟି ଟଙ୍କା

ଭୁବନେଶ୍ବର: କେନ୍ଦୁଝର ବଡ଼ବିଲ ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ଫେସବୁକ୍‌ ଆକାଉଣ୍ଟ୍‌କୁ କ୍ଲୋନିଂ କରି ତାଙ୍କ ବନ୍ଧୁଙ୍କଠାରୁ ୮ ହଜାର ଟଙ୍କା ଠକି ନେଇଛି ସାଇବର ଠକ। କେବଳ ସେତିକି ନୁହେଁ, ୬୭ଜଣ ସଂପର୍କୀୟ ଓ ପରିବାରବର୍ଗଙ୍କୁ ସାହାଯ୍ୟ ପାଇଁ ଟଙ୍କା ମାଗି ଠକିବାକୁ ମଧ୍ୟ ଉଦ୍ୟମ କରିଛି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି।

ସୂଚନାନୁସାରେ, ବଡ଼ବିଲର ପ୍ରଦୀପ କୁମାର ପାତ୍ରଙ୍କ ଆକାଉଣ୍ଟ୍‌କୁ ସାଇବର ଠକ କ୍ଲୋନିଂ କରି ମେସେଜ୍ ଜରିଆରେ ଆର୍ଥିକ ସହାୟତା ମାଗିଛି। ପ୍ରଦୀପଙ୍କ ସାଙ୍ଗ ଗୁରୁ ପ୍ରସାଦ ମହାନ୍ତି ଠକର ଜାଲରେ ପଡ଼ି ପ୍ରଥମେ ୩ ହଜାର ଓ ତା’ ପରେ ୫ ହଜାର ଟଙ୍କା ଦେଇ ଠକେଇର ଶିକାର ହୋଇଛନ୍ତି। ଏନେଇ ସେ ଥାନାରେ ଏକ ଏତଲା ଦେଇଛନ୍ତି।

ସେହିଭଳି ଅନ୍ତର୍ଜାତୀୟ ହକି ତାରକା ଅମିତ ରୋହିଦାସଙ୍କ ଫେସବୁକ୍ ଫଟୋ ଓ ନାଁକୁ ବ୍ୟବହାର କରି ସାଇବର ଠକ ତାଙ୍କ ସଂପର୍କୀୟଙ୍କୁ ଅସୁବିଧାରେ ପଡ଼ିଥିବା କହି ଟଙ୍କା ମାଗିଛି। ଅମିତ୍ ସିଂହ ନାମରେ ଆକାଉଣ୍ଟ ଖୋଲି ତାଙ୍କ ଫଟୋ ଦେଇ ଗୁଗୁଲ୍ ପେ’ କିମ୍ବା ଫୋନ୍ ପେ’ରେ ଟଙ୍କା ପଠାଇବାକୁ ଅନୁରୋଧ କରିଛି ଠକ। ଏନେଇ ଅମିତ୍ ନିଜେ ଫେସବୁକ୍‌ରେ ଫଟୋ ଉଠାଇ ଲୋକଙ୍କୁ ସୂଚନା ଦେଇ ସତର୍କ କରାଇଛନ୍ତି। ସେହିଭଳି ଦଳିତ ସଂଘର ସଭାପତି ତଥା ସମାଜସେବୀ ଅଭିରାମ ମଲ୍ଲିକଙ୍କ ଫେସବୁକ୍ ଆକାଉଣ୍ଟ୍‌ ନାଁରେ କେହି ଠକ ନକଲି ଆଇଡି ଖୋଲି ଲୋକଙ୍କୁ ଟଙ୍କା ମାଗିଛି। ଏନେଇ ଅଭିରାମ ସାମାଜିକ ଗଣମମାଧ୍ୟମରେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe