Spokane Public Radio
ଭୁବନେଶ୍ୱର: ଇ-କମର୍ସ କଂପାନି ଫ୍ଲିପକାର୍ଟକୁ ଠକିବାକୁ ବ୍ଲୁ ପ୍ରିଣ୍ଟ ତିଆରି କରିଥିବା ଯୁବକ ଧର୍ମେନ୍ଦ୍ର ଜେନାକୁ ମଞ୍ଚେଶ୍ୱର ଥାନା ପୁଲିସ ଆଜି କୋର୍ଟଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ଧର୍ମେନ୍ଦ୍ରକୁ ଜେଲ ପଠାଇ ଦିଆଯାଇଛି। ତା ଠାରୁ ଲାପଟପ୍, ଆଇ ଫୋନ୍ ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଛି।
ସୂଚନାଯୋଗ୍ୟ, ଧର୍ମେନ୍ଦ୍ର ଫ୍ଲିପକାର୍ଟରେ ଏକ ଲାପଟପ କିଣିଥିଲା। ତା ଘରେ ଲାପଟପ ପହଞ୍ଚିଥିଲା। କିନ୍ତୁ ସେହି ଖୋଳ ଭିତରେ ଲାପଟପ ନାହିଁ ବରଂ ସାବୁନ୍ ଓ ଅନ୍ୟ ସାମଗ୍ରୀ ଅଛି ବୋଲି ମଞ୍ଚେଶ୍ୱରରେ ଥିବା ଫ୍ଲିପକାର୍ଟ ଅଫିସରେ ଅଭିଯୋଗ କରିଥିଲ ଧର୍ମେନ୍ଦ୍ର କିନ୍ତୁ ଅଫିସ କର୍ତ୍ତୃୃର୍ପକ୍ଷଙ୍କ ସନ୍ଦେହ ହେବାରୁ ସେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ କରିବା ପରେ ଧର୍ମେନ୍ଦ୍ର ଘରୁ ଲାପଟପ୍ ଜବତ କରିଥିଲା। ଗତକାଲି ଧର୍ମେନ୍ଦ୍ରକୁ ଗିରଫ କରିଥିଲା ପୁଲିସ।
Follow Us