ବ୍ୟବସାୟ ନାଁରେ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ, ଧୂର୍ତ୍ତ ଅଟକ

Advertisment
ବ୍ୟବସାୟ ନାଁରେ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ, ଧୂର୍ତ୍ତ ଅଟକ

NewsKarnataka

ଭୁବନେଶ୍ବର : କାହାକୁ ବ୍ୟବସାୟ ତ କାହାକୁ ଅଧିକ ସୁଧ, ପୁଣି କାହାକୁ ନିଜ ବ୍ୟାବସାୟିକ ସହଯୋଗୀ କରାଇଦେବ କହି ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ଜଣେ ପେସାଦାର ଧୂର୍ତ୍ତକୁ ଆଜି ମଞ୍ଚେଶ୍ବର ଥାନା ପୁଲିସ ଅଟକ ରଖିଛି। ସେ ୧୦ରୁ ଊର୍ଦ୍ଧ୍ବ ଲୋକଙ୍କଠାରୁ ୪ କୋଟିରୁ ଊର୍ଧ୍ବ ଟଙ୍କା ଠକେଇ କରିଥିବା ଜଣାପଡ଼ିଛି। ଅଭିଯୁକ୍ତଜଣଙ୍କ ଚନ୍ଦକା ଅଞ୍ଚଳର ପ୍ରଭାକର ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ଲୋକଙ୍କୁ ବଡ଼ ନାମୀଦାମୀ ସଂସ୍ଥାର ବ୍ୟବସାୟ ସହ ଜଡ଼ିତ କରାଇବା ନାଁରେ ପ୍ରଭାକର ବିଭିନ୍ନ ଲୋକଙ୍କଠାରୁ କୋଟିକୋଟି ଟଙ୍କା ଆଦାୟ କରିଥିଲା। କିନ୍ତୁ ଟଙ୍କା ନେବାର ବର୍ଷବର୍ଷ ପରେ ମଧ୍ୟ ସେ ନା ଲୋକଙ୍କୁ ବ୍ୟବସାୟ କରାଇ ଦେଇଥିଲା ନା ଟଙ୍କା ଫେରସ୍ତ କରିଥିଲା। ଟଙ୍କା ମାଗିବାରୁ ଆଜିକାଲି କହି ଦିନ ଗଡ଼ାଇ ଚାଲିଥିଲା। ଠକାମିର ଶିକାର ହୋଇଥିବା ମଞ୍ଚେଶ୍ବର ଥାନା ସତ୍ୟବିହାର ଅଞ୍ଚଳର ସୌମ୍ୟଜିତ ନାୟକ ଏନେଇ ଥାନାରେ ଅଭିଯୋଗ କରିବାରୁ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଶୁକ୍ରବାର ସନ୍ଧ୍ୟାରେ ପ୍ରଭାକର ସାମନ୍ତରାପୁର ନିକଟରେ ଥିବା ଜାଣିବା ପରେ ପୁଲିସର ଏକ ଟିମ୍‌ ସେଠାରେ ଚଢ଼ଉ କରି ତାକୁ ଥାନାକୁ ଆଣିଥିଲା। ପଚରାଉଚରା ବେଳେ ଜଣା ପଡ଼ିଛି ଯେ କେବଳ ସୌମ୍ୟଜିତ ନୁହେଁ, ତାଙ୍କ ଭଳି ଆହୁରି ୧୦ରୁ ଊର୍ଦ୍ଧ୍ବ ଲୋକଙ୍କଠାରୁ ସେ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକିଛି। ୩ଜଣ ବ୍ୟକ୍ତିଙ୍କଠାରୁ କୋଟିଏ ଟଙ୍କା ଲେଖାଏଁ ନେଇଥିବା ଜଣାପଡ଼ିଛି। ଏନେଇ ପୁଲିସ ଅଧିକ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe