ପୁରୁଣା ଭୁବନେଶ୍ବର: କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ଆନୁକୂଲ୍ୟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆସନ୍ତା ୧୨ତାରିଖ ସକାଳେ ଦୟାନଦୀ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେବ। ଚଳିତ ବର୍ଷ ପିପୁଲ୍ସ ଫୋରମର ସଭ୍ୟ ସଂପାଦକ ଗୋବିନ୍ଦ ପଟ୍ଟନାୟକଙ୍କୁ ‘ଦୟାନଦୀ ସମ୍ମାନ-୨୦୧୯’ ପ୍ରଦାନ କରାଯିବ। ଏଥିସହ ମୁମ୍ବାଇର କଣ୍ଠଶିଳ୍ପୀ ଅନିଲ ବାୱରାଙ୍କ ସମେତ ସ୍ୱରାରବିନ୍ଦ ବିଶ୍ୱଶାନ୍ତି ଭଜନ ସଂଧ୍ୟା ପକ୍ଷରୁ ଭଜନ ପରିବେଷଣ କରାଯିବ। ଏଥିରେ ମୁଖ୍ୟ ଅତିଥି ଭାବେ ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ, ବରିଷ୍ଠ ସମାଜସେବୀ ପ୍ରଦ୍ୟୁମ୍ନ ଶତପଥୀ, ବରିଷ୍ଠ କବି ହୁସେନ ରବି ଗାନ୍ଧୀ, ଶ୍ରୀମୟୀ ମିଶ୍ର, ସୁଲତା ଦେଓ, ମୁନ୍ନା ଖାନ୍, କାପୋକ ସଂପାଦକ ଚିତ୍ତରଂଜନ ମହାନ୍ତି, ରବୀନ୍ଦ୍ର ପାତ୍ର, ଶିଶୁପାଳଗଡ଼, ଲିଙ୍ଗିପୁର, ଧଉଳି, ଇଟିପୁର, ଟିକରପଡ଼ା ପଞ୍ଚାୟତର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ରହିବେ। କାପୋକର ଅଧ୍ୟକ୍ଷ ତଥା ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ଅଧ୍ୟକ୍ଷତା କରିବେ। ଏଥର ଜରି ଓ ସୋଲ ଡଙ୍ଗା ପରିବର୍ତ୍ତେ ଲୋକମାନଙ୍କୁ କଦଳୀ ପାଟୁଆ ଡଙ୍ଗା ମାଗଣାରେ ଦିଆଯିବ ବୋଲି କାପୋକ ପକ୍ଷରୁ ସୂଚନା ଦିଆଯାଇଛି। ତା’ ପରଦିନ ଦୟାନଦୀ ଘାଟ ସଫେଇ କରିବା ସହ ନଦୀକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ ବୋଲି କାପୋକର ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀ ପାଇକରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଭକ୍ତ ଭୂଷଣ ବାରିକ, ସୁବ୍ରତ ପାଇକରାୟ, କ୍ଷୀରୋଦ ପ୍ରଧାନ, ବିଜୟ ସାମନ୍ତରାୟ, ପ୍ରଦୀପ ମହନ୍ତି, ବିଶ୍ୱରଞ୍ଜନ ପାଇକରାୟ, ଲଲାଟ ସାହୁ, ନବ କିଶୋର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।
ଦୟାନଦୀ ବୋଇତ ବନ୍ଦାଣ ଉତ୍ସବ: ମାଗଣାରେ ମିଳିବ କଦଳୀ ପାଟୁଆ ଡଙ୍ଗା
Advertisment
Follow Us