ମାଗଣା ବୁଷ୍ଟର୍‌ ଡୋଜ୍‌: ଆଜିଠୁ ଅନ୍‌ଲାଇନ୍‌ରେ ସ୍ଲଟ୍‌ ବୁକିଂ

Advertisment

ଆରମ୍ଭରୁ ଅବ୍ୟବସ୍ଥା, ବିଶୃଙ୍ଖଳା, ବଢ଼ିବ ଟିକାଦାନ କେନ୍ଦ୍ର

ଆରମ୍ଭରୁ ଅବ୍ୟବସ୍ଥା, ବିଶୃଙ୍ଖଳା, ବଢ଼ିବ ଟିକାଦାନ କେନ୍ଦ୍ର

ମାଗଣା ବୁଷ୍ଟର୍‌ ଡୋଜ୍‌: ଆଜିଠୁ ଅନ୍‌ଲାଇନ୍‌ରେ ସ୍ଲଟ୍‌ ବୁକିଂ

ଭୁବନେଶ୍ବର: ଆଜାଦି କା ଅମୃତ ମହୋତ୍ସବ ଅବସରରେ ଆଜିଠାରୁ ଲୋକଙ୍କୁ ମାଗଣାରେ ବୁଷ୍ଟର୍‌ ଡୋଜ୍‌ ଦିଆଯିବା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀ‌ରେ ଆଜି ଭୁବନେଶ୍ବରର ୧୨ଟି କେନ୍ଦ୍ରରେ ଲୋକଙ୍କୁ ବୁଷ୍ଟର୍‌ ଡୋଜ୍‌ ଦିଆଯାଇଛି। ତେବେ ଆରମ୍ଭରୁ ଝୁଣ୍ଟିବା ଭଳି ଆଜି ପ୍ରଥମ ଦିନରେ ବିଭିନ୍ନ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହୋଇଥିଲା। ଗୋଟିଏ ଗୋଟିଏ କେନ୍ଦ୍ରରେ ଆକଳନଠାରୁ ଢେର୍‌ ଅଧିକ ଲୋକ ପହଞ୍ଚି ଯିବାରୁ ସମସ୍ତଙ୍କୁ ଟିକା ଦିଆଯାଇ ପାରିନଥିଲା। ଫଳରେ ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହେବା ପରେ ଲୋକେ ନିରାଶ ହୋଇ ଫେରିଥିଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା।

ତେବେ ଆଜି ସଂଧ୍ୟାରେ ବିଏମ୍‌ସି ଅଫିସ୍‌ରେ ଏହାକୁ ନେଇ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଛି। କମିସନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ଟିକାକରଣକୁ ନେଇ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଆସନ୍ତାକାଲିଠାରୁ କେବଳ ଅନ୍‌ଲାଇନ୍‌ରେ ଟିକାକରଣ ପାଇଁ ସ୍ଲଟ୍‌ ବୁକ୍‌ କରିବାକୁ ହେବ। କୋ-ୱିନ୍‌ ପୋର୍ଟାଲ୍‌ରେ ପଞ୍ଜୀକରଣ କରିଥିବା ଲୋକ ହିଁ କେନ୍ଦ୍ରକୁ ଆସିବେ। ତେବେ କୋ-ୱିନ୍‌ ପୋର୍ଟାଲରେ ଆସନ୍ତା ୩ ଦିନ ପାଇଁ କୌଣସି ସ୍ଲଟ୍‌ ନଥିବା ଜଣାଯାଇଛି। ସବୁ ସ୍ଲଟ୍‌ ବୁକ୍‌ ହୋଇଯାଇଥିବା ପୋର୍ଟାଲରେ ଦେଖାଉଛି। ତେବେ ସଂଧ୍ୟାରେ ବିଏମ୍‌ସିର ନିଷ୍ପତ୍ତି ହେଉ ହେଉ ୩ ଦିନ ପାଇଁ ସବୁ ସ୍ଲଟ୍‌ ବୁକ୍‌ ହୋଇଯିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଟିକାରଣ କେନ୍ଦ୍ର ସଂଖ୍ୟା ଓ ଟେଷ୍ଟିଂ ପରିମାଣ ବଢ଼ିବ। ଯେଉଁମାନେ ଯେକୌଣସି ସମସ୍ୟାର ସମ୍ମୁଖୀନ ହେବେ, ସେମାନେ ୧୯୨୯ ଟୋଲ୍‌-ଫ୍ରି ନମ୍ବରରେ ଯୋଗାଯୋଗ କରିବେ। ରୋଗୀଙ୍କ ପାଇଁ ଯଥେଷ୍ଟ ପରିମାଣର ଆମ୍ବୁଲାନ୍ସ ମଧ୍ୟ ପ୍ରସ୍ତୁତ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ, ଆଜି ୟୁନିଟ୍‌-୪ ୟୁସିଏଚ୍‌ସିରେ କମିସନର ଶ୍ରୀ କୁଲାଙ୍ଗେ ପହଞ୍ଚି ଏହି ଟିକାକରଣର ଶୁଭାରମ୍ଭ କରିଥିଲେ। ୭୫ ଦିନ ପର୍ଯ୍ୟନ୍ତ ଏହି ଟିକାଦାନ ଚାଲିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe