The Sentinel Assam
ଭୁବନେଶ୍ବର: ଆସନ୍ତାକାଲିଠାରୁ ମାଗଣାରେ ବୁଷ୍ଟର ଡୋଜ୍ ଦେବ ବିଏମ୍ସି। ‘ଆଜାଦି କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅଧୀନରେ ୧୮ରୁ ୫୯ବୟସ ବର୍ଗର ଲୋକଙ୍କୁ ଏହି ଡୋଜ୍ ମାଗଣାରେ ପ୍ରଦାନ କରାଯିବ। ଏଥିପାଇଁ ୧୨ଟି ହସ୍ପିଟାଲରେ ଟିକାକରଣ କରାଯିବାକୁ ବିଏମ୍ସି ସ୍ଥିର କରିଛି।
ପୂର୍ବାହ୍ନ ୧୦ଟାରୁ ଗୋଟାଏ ଓ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ସବୁ କେନ୍ଦ୍ରରେ ଟିକାଦାନ ବ୍ୟବସ୍ଥା କରାଯାଇଥିବା ବିଏମ୍ସି କହିଛି। ଏହି କେନ୍ଦ୍ରଗୁଡ଼ିକ ହେଉଛି, ଏମ୍ସ୍, କ୍ୟାପିଟାଲ୍ ହସ୍ପିଟାଲ୍, ବିଏମ୍ସି ହସ୍ପିଟାଲ୍, ୟୁନିଟ୍-୪ ୟୁସିଏଚ୍ସି, ପଟିଆ ୟୁସିଏଚ୍ସି, ଡୁମୁଡୁମା ୟୁସିଏଚ୍ସି, ସହିଦନଗର ୟୁପିଏଚ୍ସି, ସାମନ୍ତପୁରୀ ୟୁପିଏଚ୍ସି, କଳ୍ପନା ୟୁପିଏଚ୍ସି, ଘାଟିକିଆ ୟୁସିଏଚ୍ସି, ଆଇଆରସି ଭିଲେଜ୍ ୟୁସିଏଚ୍ସି, ୟୁନିଟ୍-୮ ୟୁପିଏଚ୍ସି। ଲୋକମାନେ ଏହାର ସୁବିଧା ନେବା ପାଇଁ ବିଏମ୍ସି ସୂଚନା ଦେଇଛି। ଏହି ସବୁ କେନ୍ଦ୍ରଗୁଡ଼ିକରେ ଆସନ୍ତାକାଲି ଠାରୁ ୭୫ ଦିନ ପର୍ଯ୍ୟନ୍ତ ଟିକାଦାନ ବ୍ୟବସ୍ଥା କରାଯାଇଛି।
Follow Us