ସଂକ୍ରମିତଙ୍କ ଦେବଦୂତ ‘ଛୋଟିସି ଆଶା’ ଯୋଗାଉଛି ମାଗଣା ଅମ୍ଳଜାନ ସିଲିଣ୍ଡର

Advertisment
ସଂକ୍ରମିତଙ୍କ ଦେବଦୂତ ‘ଛୋଟିସି ଆଶା’ ଯୋଗାଉଛି ମାଗଣା ଅମ୍ଳଜାନ ସିଲିଣ୍ଡର

ଭୁବନେଶ୍ବର: କରୋନା ଆକ୍ରାନ୍ତଙ୍କ ପାଇଁ ଅମ୍ଳଜାନ ଅଭାବ ବିଷମ ପରିସ୍ଥିତି ସୃଷ୍ଟି କରିଛି। ଅମ୍ଳଜାନ ଅଭାବରୁ ଶହଶହ ରୋଗୀ ପ୍ରାଣ ହରାଇଛନ୍ତି। ଏଭଳି ସଂକଟ ସମୟରେ କିଛି ଅସାଧୁ ବେପାରୀ ଅମ୍ଳଜାନ ସିଲିଣ୍ଡର କଳାବଜାର କରୁଥିବା ସବୁଠାରୁ ଚିନ୍ତାର କାରଣ ପାଲଟିଛି। ତେବେ କିଛି ସ୍ବେଚ୍ଛାସେବୀ ସଂଗଠନ ଏହି ଦୁଃସ୍ଥିତିରେ ମାଗଣାରେ ଅମ୍ଳଜାନ ସିଲିଣ୍ଡର ଯୋଗାଇ ରୋଗୀଙ୍କ ଜୀବନ ରକ୍ଷା କରୁଛନ୍ତି। ସେହିଭଳି ଏକ ସଂସ୍ଥା ହେଉଛି ‘ଛୋଟିସି ଆଶା’। ଏହି ସଂସ୍ଥା ପକ୍ଷରୁ ତୁରନ୍ତ ଅସହାୟଙ୍କ ପାଖରେ ଅମ୍ଳଜାନ ସିଲିଣ୍ଡର ପହଞ୍ଚାଇ ଦିଆଯାଉଛି। ସୂଚନା ଅନୁଯାୟୀ, ‘ଛୋଟିସି ଆଶା’ପକ୍ଷରୁ ଏପ୍ରିଲ୍‌ ମାସ ପ୍ରଥମ ସପ୍ତାହରୁ ଅମ୍ଳଜାନ ସିଲିଣ୍ଡର ଯୋଗାଇବା ଅଭିଯାନ ଆରମ୍ଭ ହୋଇଛି। ବର୍ତ୍ତମାନ କଟକ, ଭୁବନେଶ୍ବର, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ସଂସ୍ଥା ପକ୍ଷରୁ କରୋନା ଆକ୍ରାନ୍ତଙ୍କୁ ସିଲିଣ୍ଡର ଯୋଗାଇ ଦିଆଯାଉଛି।

ଆରମ୍ଭ ଦିନଠାରୁ ପ୍ରାୟ ୨ ଶହରୁ ଅଧିକ କରୋନା ରୋଗୀଙ୍କୁ ମାଗଣାରେ ଅମ୍ଳଜାନ ସିଲିଣ୍ଡର ଯୋଗାଇ ଦିଆଗଲାଣି। କେବଳ ସେତିକି ନୁହେଁ, ସଂଗଠନ ପକ୍ଷରୁ  ପ୍ରତିଦିନ ୪ ଶହରୁ ଅଧିକ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ସଂଗଠନର କର୍ମୀ ସଚିନ୍ ମହାପାତ୍ର କୁହନ୍ତି ଯେ, ହସ୍ପିଟାଲରେ ଶଯ୍ୟା ଅଭାବ ଯୋଗୁଁ ବହୁ କରୋନା ଆକ୍ରାନ୍ତ ଘରେ ରହି ଚିକିତ୍ସିତ ହେଉଛନ୍ତି। ସେହିମାନଙ୍କୁ ଅମ୍ଳଜାନ ଦରକାର ହେଲେ, ସେମାନେ ସମସ୍ୟାରେ ପଡ଼ୁଛନ୍ତି। ତେଣୁ ସେମାନଙ୍କୁ ତୁରନ୍ତ ଅମ୍ଳଜାନ ସିଲିଣ୍ଡର ଯୋଗାଇବା ଜରୁରୀ ହୋଇପଡ଼ିଥାଏ। ସେଭଳି ରୋଗୀଙ୍କୁ ଯଦି ସିଲିଣ୍ଡର ଦରକାର ହୁଏ, ସେମାନେ ୯୯୩୭୪୪୦୨୨୦ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ସଚିନ୍ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe