ହ୍ୟୁମାନ ପୋଟେନସିଆଲ ଡେଭଲପମେଣ୍ଟ ଟ୍ରଷ୍ଟ ତରଫରୁ ନିଃଶୁଳ୍କ ବ୍ୟକ୍ତିତ୍ବ ବିକାଶ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ

ହ୍ୟୁମାନ ପୋଟେନସିଆଲ ଡେଭଲପମେଣ୍ଟ ଟ୍ରଷ୍ଟ ତରଫରୁ ନିଃଶୁଳ୍କ ବ୍ୟକ୍ତିତ୍ବ ବିକାଶ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ

ଭୁବନେଶ୍ବର: ‌ଭୁବନେଶ୍ବରର ହ୍ୟୁମାନ ପୋଟେନସିଆଲ ଡେଭଲପମେଣ୍ଟ ଟ୍ରଷ୍ଟ ତରଫରୁ ସ୍ଥାନୀୟ ରସୁଲଗଡ଼ସ୍ଥିତ ବନବାସୀ କଲ୍ୟାଣ ଆଶ୍ରମରେ ଥିବା ସ୍କୁଲ ଛାତ୍ରମାନଙ୍କ ପାଇଁ ନିଃଶୁଳ୍କ ବ୍ୟକ୍ତିତ୍ବ ବିକାଶ ତାଲିମ କାର୍ଯ୍ୟକ୍ରମ ଆଜି ଉଦଘାଟିତ ହୋଇଯାଇଛି। ଏହି ବ୍ୟାଚରେ ଥିବ‌ା ୨୧ଜଣ ଛାତ୍ରଙ୍କୁ ୨୦ଟି କ୍ଲାସ ଦ୍ବାରା ପ୍ରତ୍ୟେକ ସପ୍ତାହର ଶୁକ୍ରବାର ଓ ରବିବାର ଦିନକୁ ଦୁଇ ଘଣ୍ଟା ତାଲିମ ଦିଆଯିବ। ୪୦ଘଣ୍ଟା ଅବଧିର ଏହି ତାଲିମରେ ଜୀବନ ଦକ୍ଷତା ବିଷୟରେ ପିଲାମାନଙ୍କୁ ଜଣାଇବା ପାଇଁ ସୃଜାନତ୍ମକ ପ୍ରଣାଳୀରେ ବିଭିନ୍ନ ଖେଳକୁଦ ଓ ବୁଦ୍ଧି ପରୀକ୍ଷା ଇତ୍ୟାଦି କରାଯିବ।

ଏହି ଉଦଘାଟନୀ ଉତ୍ସବରେ ପୂର୍ବତନ ମହିଳା କମିଶନର ଲୋପାମୁଦ୍ରା ମହାନ୍ତି, ସମାଜସେବୀ ବାବାଜୀ ଚରଣ ବିଶ୍ବାଳ ଓ ମଧୁସ୍ମିତା ଦାସ ଯୋଗ ଦେଇଥିଲେ। ମୀନା ସୁବୁଦ୍ଧି କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ଟ୍ରଷ୍ଟି କିର୍ତ୍ତୀ ଦାସ ସଭାପତିତ୍ବ କରିଥିଲେ। ଶେଷରେ ସୋନାଲି ସାମନ୍ତରାୟ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମର ସମାପନ କରିଥିଲେ।

୨୦୧୭ ମସିହାରୁ ଆରମ୍ଭ ହୋଇଥିବା ଏହି ନିଃଶୁଳ୍କ ତାଲିମ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ତଥା କୋରାପୁଟର ଦାମନଯୋଡ଼ି ଓ କେନ୍ଦ୍ରାପଡ଼ାର ରାଜନଗରଠାରେ ୪୨୬ଜଣ ଆର୍ଥିକ ଦୁର୍ବଳ ଶ୍ରେଣୀର ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଇସାରିଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe