ସୂର୍ଯ୍ୟମୁଖୀ ତେଲରେ ଫ୍ରିଡମ୍ ଦେଶର ୧ ନମ୍ବର ବ୍ରାଣ୍ଡ୍

ସୂର୍ଯ୍ୟମୁଖୀ ତେଲରେ ଫ୍ରିଡମ୍ ଦେଶର ୧ ନମ୍ବର ବ୍ରାଣ୍ଡ୍

ଭୁବନେଶ୍ବର: ସୂର୍ଯ୍ୟମୁଖୀ ତେଲ କ୍ଷେତ୍ରରେ ଫ୍ରିଡମ୍ ରିଫାଇନ ସନଫ୍ଲାୱାର ତେଲ ଦେଶରେ ୧ ନମ୍ବର ବ୍ରାଣ୍ଡ୍‌ ମାନ୍ୟତା ହାସଲ କରିଛି। ନିଲସନ ଆଇକ୍ୟୁ ଡାଟା ପକ୍ଷରୁ ସାରା ଦେଶରେ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା କରାଯାଇଥିବା ଅନୁଧ୍ୟାନ ପରେ ଏହି ଘୋଷଣା କରାଯାଇଛି। ଫ୍ରିଡମ ରିଫାଇନ୍ ସନଫ୍ଲାୱାର ତେଲ ଜେ‌ମିନି ଏଡିବଲ୍ସ ଆଣ୍ଡ୍ ଫ୍ୟାଟ୍‌ସ ଇଣ୍ଡିଆ ଲିମିଟେଡ (ଜିଇଏଫ ଇଣ୍ଡିଆ) ପକ୍ଷରୁ ପ୍ରସ୍ତୁତ ହୋଇଥାଏ। କେବଳ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଓ ଓଡ଼ିଶାରେ ଉପସ୍ଥିତି ସତ୍ତ୍ବେ ଜେମିନି ଏହି ସଫଳତା ହାସଲ କରିଛି। ଏହାଦ୍ବାରା ଫ୍ରିଡମ ସନଫ୍ଲାୱାର ତେଲ ବଜାରରେ ବ୍ୟାପକ ଭାବେ ଗ୍ରହଣୀୟ ହୋଇପାରିଛି।

୨୦.୫ ପ୍ରତିଶତ ବଜାରଅଂଶ ସହିତ ଫ୍ରିଡମ ସୂର୍ଯ୍ୟମୁଖୀ ତେଲ ୧ ନମ୍ବର ବ୍ରାଣ୍ଡ୍‌ ହୋଇଥିବାରୁ ଜିଇଏଫ ଇଣ୍ଡିଆ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ଚୌଧାରୀ ଖୁସି ବ୍ୟକ୍ତ କରିଛନ୍ତି। କମ୍ପାନିର ଗ୍ରାହକ କୈନ୍ଦ୍ରିକ ଆଭିମୁଖ୍ୟ, ଦୃଢ଼ ବଣ୍ଟନ ନେଟୱର୍କ ଏବଂ କ୍ବାଲିଟି ଉପରେ ଧ୍ୟାନ ଯୋଗୁ ଏହା ହୋଇଛି ବୋଲି ସେ କହିଛନ୍ତି। ସେହିଭଳି କମ୍ପାନିର ବରିଷ୍ଠ ଉପସଭାପତି (ବିକ୍ରି ଓ ବିପଣନ) ପି ଚନ୍ଦ୍ରଶେଖର ରେଡ୍ଡୀ ମଧ୍ୟ ଏଥିରେ ଖୁସି ବ୍ୟକ୍ତ କରିଛନ୍ତି। କମ୍ପାନି ଉପରେ ଗ୍ରାହକମାନେ ଆସ୍ଥା ବଜାୟ ରଖିଥିବାରୁ ସେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe