ସ୍ବାଧୀନତାର ଗୌରବ ଯାତ୍ରା

ସ୍ବାଧୀନତାର ଗୌରବ ଯାତ୍ରା

ଭୁବନେଶ୍ବର: ସ୍ବାଧୀନତାର ୭୫ତମ ବର୍ଷ ପୂର୍ତି ଅବସରରେ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ କ୍ରାନ୍ତି ଦିବସରୁ ୧୪ତାରିଖ ପର୍ଯ୍ୟନ୍ତ ୭୫ କି.ମି ଗୌରବ ଯାତ୍ରା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ଅନୁଯାୟୀ ଆଜି ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା।

ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ ଓ ବିଧାୟକ ପ୍ରାର୍ଥୀ ରାଜୀବ ପଟ୍ଟନାୟକଙ୍କ ନେତୃତ୍ବରେ ମାଷ୍ଟରକ୍ୟାଣ୍ଟିନ ଛକରୁ ତ୍ରିରଙ୍ଗା ଯାତ୍ରା ବାହାରି ରାମମନ୍ଦିର ଛକ, ପ୍ରେସ କଲୋନି ଦେଇ କଂଗ୍ରେସ ଭବନରେ ପହଞ୍ଚିଥିଲା। ଆଗକୁ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଶିବାନନ୍ଦ ରାୟ, ଅଶୋକ ଦାସ, ମିହିର ଆଚାର୍ଯ୍ୟ, ବେଣୁଧର ପାତ୍ର, ରଜନୀ ମହାନ୍ତି, ସଂକୁନା କହଁର, ସୁଶାନ୍ତ ତ୍ରିପାଠୀ, ଗୀତାଞ୍ଜଳି ମହାନ୍ତି, ମଧୁମିତା ଆଚାର୍ଯ୍ୟ, ଚୈତାଳି ପଟ୍ଟନାୟକ, ଚିନ୍ମୟ ବଳିଆରସିଂ, ଜୟଶ୍ରୀ ପାତ୍ର, ପ୍ରକାଶ ଜେନା ଓ ଅନ୍ୟମାନେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe