ଫିଲ୍ମ ଶୁକ୍ରବାର: ଦେଖିବାକୁ ମିଳିବ ରାନୀଙ୍କ ମର୍ଦାନି

Advertisment
ଫିଲ୍ମ ଶୁକ୍ରବାର: ଦେଖିବାକୁ ମିଳିବ ରାନୀଙ୍କ ମର୍ଦାନି

ଭୁବନେଶ୍ବର: ପୁଲିସ୍‌ ଇନ୍‌ସପେକ୍ଟର ଭୂମିକାରେ ପୁଣି ଅବତୀର୍ଣ୍ଣ ହୋଇଛନ୍ତି ରାନୀ ମୁଖାର୍ଜୀ। ରାନୀଙ୍କ ଗମ୍ଭୀର ସ୍ବରକୁ ପୁଲିସ୍‌ ପୋଷାକ ବେଶ୍‌ ସୁହାଉଥିବା ବେଳେ ମର୍ଦାନି ଚଳଚ୍ଚିତ୍ର ଭଳି ‘ମର୍ଦାନି-୨’ରେ ସେ ଦର୍ଶକଙ୍କୁ କେତେ ମନୋରଂଜନ ଭେଟି ଦେଉଛନ୍ତି ତା’ ଉପରେ ସିନେ ପ୍ରେମୀଙ୍କ ନଜର। ଆସନ୍ତାକାଲି ୟଶ ରାଜ୍‌ ଫିଲ୍ମ ବ୍ୟାନରରେ ଆଦିତ୍ୟ ଚୋପ୍ରାଙ୍କ ପ୍ରଯୋଜିତ ଏବଂ ରାନୀ ମୁଖାର୍ଜୀଙ୍କ ଅଭିନୀତ ଆକ୍ସନ ଥ୍ରିଲର ମର୍ଦାନି-୨ ମୁକ୍ତିଲାଭ କରିବାକୁ ଯାଉଛି। କୋଟା ନାମକ ସ୍ଥାନରେ ଛାତ୍ରୀମାନଙ୍କ ସହ ଦୁଷ୍କର୍ମ କରି ମାରିଦିଆଯାଉଥିବାରୁ ଇନ୍‌ସପେକ୍ଟର ଶିବାନୀ ଶିବାଜୀ ରୟ କିପରି ଏଇ ଦୁଷ୍କର୍ମ ରାକ୍ଷସଙ୍କ ବିରୋଧରେ ଲଢ଼ୁଛନ୍ତି ତାହାର ଅବତାରଣା ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ଗୋପୀ ପୁଥ୍‌ରନ କାହାଣୀ ସହ ଏହାର ନିର୍ଦେଶନା ଦେଇଥିବା ବେଳେ ରାନୀଙ୍କ ବ୍ୟତୀତ ବିଶାଲ ଜେଠ୍‌ୱା, ବିକ୍ରମ ସିଂହ ଚୌହାନ, ଶ୍ରୁତି ବାପ୍‌ନା, ରାଜେଶ ଶର୍ମା, ସୁଧାଂଶୁ ପାଣ୍ଡେଙ୍କୁ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ଆରମ୍ଭରୁ ଏହା ଭଲ ବ୍ୟବସାୟ କରିବ ବୋଲି ପୂର୍ବାନୁମାନ କରାଯାଉଛି।

ଓଡ଼ିଆ ସିନେମାରେ ‘ବିଶ୍ବରୂପ’
ଏଥିସହ ଶୁକ୍ରବାର ମୁକ୍ତିଲାଭ କରୁଛି ଇମ୍ରାନ୍‌ ହାସ୍‌ମି ଓ ଋଷି କପୁର ଅଭିନୀତ ରହସ୍ୟ ଭିତ୍ତିକ ଚଳଚ୍ଚିତ୍ର ‘ଦି ବଡି’। ଜଣେ କ୍ଷମତାଶାଳୀ ମହିଳା ବ୍ୟବସାୟୀଙ୍କ ମରଶରୀର ଶବାଗାରରୁ ଉଭାନ ହୋଇଯିବା ପରେ ଏହି ରହସ୍ୟ ଉପରୁ ପରଦା ଉଠାଇବାକୁ ପୁଲିସ ସ୍ତରରେ ଆରମ୍ଭ ହୋଇଥିବା ଉଦ୍ୟମ ହିଁ କାହାଣୀର କଥାବସ୍ତୁ। ଜିତୁ ଯୋଶେଫ୍ ଏହାର ନିର୍ଦେଶନା ଦେଇଥିବା ବେଳେ ସୁନିର ଖେତେରପଲ୍‌ ପ୍ରଯୋଜନା କରିଛନ୍ତି। ଶୋଭିତା, ବେଦିକା, ସ୍କାର୍‌ଲେଟ୍‌, ନତାଶା, ରୁକ୍‌ସାର ପ୍ରମୁଖ ବିଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଏଥିସହ ପରଦାକୁ ଆସୁଛି ଓଡ଼ିଆ ଚଳଚ୍ଚିତ୍ର ‘ବିଶ୍ବରୂପ’। ବିଶ୍ବରୂପ ଓ ଅମ୍ରିତା ମୁଖ୍ୟ ଭୂମିକାରେ ଦେଖା ଦେଇଥିବା ବେଳେ ସରୋଜକାନ୍ତ ଏହାର ନିର୍ଦେଶନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe