ପରଦାରେ ଖୋଲିବ ‘ତାସ୍‌କେଣ୍ଟ୍‌ ଫାଇଲ୍‌ସ’

Advertisment
ପରଦାରେ ଖୋଲିବ ‘ତାସ୍‌କେଣ୍ଟ୍‌ ଫାଇଲ୍‌ସ’

ଭୁବନେଶ୍ବର: ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ମୃତ୍ୟୁ ଉପରୁ ସମ୍ଭବତଃ ପରଦା ଉଠାଇବ ଆସନ୍ତାକାଲି ମୁକ୍ତିଲାଭ କରିବାକୁ ଯାଉଥିବା ଚଳଚ୍ଚିତ୍ର ‘ଦି ତାସ୍‌କେଣ୍ଟ ଫାଇଲ୍‌ସ’। ବିବେକ ଅଗ୍ନିହୋତ୍ରୀଙ୍କ ଲିଖିତ ଓ ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ନାସିରୁଦ୍ଦିନ୍‌ ଶାହା ଓ ମିଥୁନ୍‌ ଚକ୍ରବର୍ତୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ଶ୍ବେତା ବସୁ ପ୍ରସାଦ, ପଙ୍କଜ ତ୍ରିପାଠୀ, ମନ୍ଦିରା ବେଦି ଓ ପଲ୍ଲବୀ ଯୋଶୀଙ୍କ ଭଳି ଅଭିଜ୍ଞ କଳାକାର ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ର ମୁକ୍ତିଲାଭ ପୂର୍ବରୁ ସ୍ବର୍ଗତ ଶାସ୍ତ୍ରୀଙ୍କ ନାତି ଏହାକୁ ମୁକ୍ତିଲାଭ ନକରେଇବାକୁ ନୋଟିସ୍‌ କରିଥିବା ବେଳେ ‌କିଛିଦିନ ପାଇଁ ବିବାଦ ଦେଖା ଦେଇଥିଲା।

ଏଥିସହ ମୁକ୍ତିଲାଭ କରିବାକୁ ଯାଉଛି ଡାର୍କ ହର୍ସ କମିକ୍ସ ଚରିତ୍ର ଉପରେ ପର୍ଯ୍ୟବେସିତ ଆମେରିକାନ୍‌ ସୁପରହିରୋ ‘ହେଲ୍‌ ବଏ’। ଇଂରାଜୀ ସହ ହିନ୍ଦୀ ଡବିଂ ମୁକ୍ତିଲାଭ କରିବ। ନିଲ୍‌ ମାର୍ଶାଲ୍‌ଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ଡେଭିଡ୍‌ ହାର୍ବର, ମିଲା ଭୋଭୋଭିକ୍‌, ଇଆନ୍‌ ମ୍ୟାକ୍‌ସେନ୍‌ ପ୍ରଭୁଖ ଅଭିନୟ କରିଛନ୍ତି। ଏଥିସହ ଆସନ୍ତା ବୁଧବାର ମୁକ୍ତିଲାଭ କରିବାକୁ ଯାଉଛି ସ୍ବାଧୀନତା ପୂର୍ବବର୍ତୀ ୧୯୪୫ର ଏକ କାହାଣୀ ଆଧାରିତ ଚଳଚ୍ଚିତ୍ର ‘କଲଙ୍କ’। ଅଭିଶେକ ବର୍ମନଙ୍କ ନିର୍ଦେଶିତ ଏବଂ କରନ ଜୋହର ଓ ସାଜିଦ୍‌ ନାଦିଆଦୱାଲାଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରରେ ପୁରୁଣା ଦିଲ୍ଲୀର ଏକ ମହଲ ପାଇଁ ପ୍ରାୟ ୧୫କୋଟି ଟଙ୍କା ଖର୍ଚ ହୋଇଥିବା ନେଇ ଫିଲ୍ମ ନିର୍ମାଣ ବେଳେ ଚର୍ଚ୍ଚା ହୋଇଥିବା ବେଳେ ସ୍ବର୍ଗତ ଶ୍ରୀଦେବୀ ଏଥିରେ ସଂଜୟ ଦତ୍ତଙ୍କ ବିପକ୍ଷରେ ଅଭିନୟ କରିଥାଆନ୍ତେ। ମାଧୁରୀ ଦୀକ୍ଷିତ, ସୋନାକ୍ଷୀ ସିହ୍ନା, ଆଲିଆ ଭଟ୍ଟ, ବରୁଣ ଧାୱନ, ଆଦିତ୍ୟ ରୟ କପୁର ଓ ସଂଜୟ ଦତ୍ତଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ପାଇଁ ଅନେକଙ୍କ ଉତ୍କଣ୍ଠା ରହିଥିବା ବେଳେ ସହରର ସବୁ ବଡ଼ବଡ଼ ମଲ୍‌ଟିପ୍ଲେକ୍ସରେ ୧୦ଟି, ୯ଟି ସୋରେ ଚାଲିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe