ପ୍ରାଣାନ୍ତକ ଆକ୍ରମଣ ମାମଲା, ଜେଲଗଲା ସାଙ୍ଗ

ଛାତ୍ରୀ ଅସଦାଚରଣ ମାମଲା: ପୂର୍ବ ପ୍ରଧାନଶିକ୍ଷକଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ

International Adviser

ଧଉଳି : ଛୁରିରେ ପ୍ରାଣାନ୍ତକ ଆକ୍ରମଣ କରିବା ମାମଲାରେ ସୋମବାର ଦିନ ଧଉଳି ଥାନା ପୁଲିସ ସାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆକ୍ରମଣକାରୀ ସାଙ୍ଗ ହେଲା ନୂଆଗାଁ ଜେନା ସାହିର ବିଶ୍ବନାଥ ବିଶ୍ବାଳ ଓରଫ ବୁଢ଼ା(୪୨)। କୋର୍ଟରେ ବିଶ୍ବନାଥର ଜାମିନ ଖାରଜ ହୋଇଯିବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ବିଶ୍ବନାଥ ବିରୋଧରେ ଜଗନ୍ନାଥଙ୍କ ପତ୍ନୀ ପୂଜାରାଣୀ ରାଉତ ଲିଖିତ ଅଭିଯୋଗ କରିଥିଲେ।

ପୂଜାରାଣୀଙ୍କ ଅଭିଯୋଗକୁ ଭିତ୍ତିକରି ଥାନାରେ କେସ୍‌ ନଂ ୧୧୮/୫ରେ ମାମଲା ରୁଜୁ ହୋଇଥିଲା। ସୂଚନା ଅନୁସାରେ ଉଭୟ ବିଶ୍ବନାଥ ଓ ଜଗନ୍ନାଥ ଦୁଇ ସାଙ୍ଗ। ଦୁହେଁ ଅଭ୍ୟାସଗତ ନିଶାଡ଼ି। ଉଭୟଙ୍କ ପରିବାର ଲୋକ ଦୁହିଁଙ୍କୁ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସେଠାରେ ହିଁ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା। ଆଉ ନିଶା ନିବାରଣ କେନ୍ଦ୍ରରୁ ବାହାରିବା ପରେ ଦୁହେଁ ଅଭ୍ୟାସ ଛାଡ଼ିନଥିଲେ। ଜଗନ୍ନାଥଙ୍କର ବିଜୟ ବିହାର ଲେନ-୨ରେ ଗୋଟିଏ ଅଣ୍ଡା ଓ ଥଣ୍ଡା ଦୋକାନ ଅଛି। କିଛିଦିନ ତଳେ ମଦ ପିଇବା ବେଳେ କୌଣସି କଥାକୁ କେନ୍ଦ୍ର କରି ଦୁହଁଙ୍କ ଭିତରେ ମାର୍‌ପିଟ ହୋଇଥିଲା। ରାଗ ସୁଝାଇବାକୁ ଯାଇ ଗତକାଲି ସଂଧ୍ୟାରେ ଜଗନ୍ନାଥ ବୁଲେଟ୍‌ ନେଇ ଦୋକାନକୁ ଯାଉଥିବା ବେଳେ ବିଶ୍ବନାଥ ତାଙ୍କୁ ଅଟକାଇ ଛୁରିରେ ହଠାତ ଆକ୍ରମଣ କରିଥିଲା।

ଘଟଣାସ୍ଥଳରେ ଜଗନ୍ନାଥ ଚେତାଶୂନ୍ୟ ହୋଇପଡ଼ିଥିଲେ। ଏହାପରେ ବିଶ୍ବନାଥ ତାଙ୍କ ବୁଲେଟ୍‌ ଜାଳି ପଳାଇଥିଲା। ଆଜି ତଦନ୍ତକାରୀ ପୁଲିସ ଅଧିକାରୀ ମନ୍ମଥ ବେହେରା ବିଶ୍ବନାଥକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe