ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗଜ ଉଦ୍ଧାରଣ ବେଶ

Advertisment
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗଜ ଉଦ୍ଧାରଣ ବେଶ

ଭୁବନେଶ୍ବର : ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗଜ ଉଦ୍ଧାରଣ ବେଶ ମା’ ମଙ୍ଗଳା ମନ୍ଦିର, ଫେଜ୍-୨ ଡୁମ୍ଡ଼ୁମା, ହାଉସିଂବୋର୍ଡ କଲୋନିଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ ପରିଷଦର କଳାକାରମାନେ ଭଜନ ଓ ସତ୍‌ସଙ୍ଗ କରିଥିଲେ। ଏହାପରେ ଗୁରୁ ପ୍ରସାଦ ମହାପାତ୍ର ପ୍ରବଚନ ମାଧ୍ୟମରେ ଗଜ ଉଦ୍ଧାରଣ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଭଜନ କାର୍ଯ୍ୟକ୍ରମକୁ ପ୍ରଶାନ୍ତ ବେହେରା, ଦାମୋଦର ସେନାପତି, ବିପିନ ସ୍ୱାଇଁ, ଦିଲ୍ଲୀପ ମହାନ୍ତି, ମଧୁସ୍ମିତା ବିଶ୍ବାଳ, ମଞ୍ଜୁଶ୍ରୀ ମହାନ୍ତି, ଦେବବ୍ରତ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ଗୋପୀନାଥ ମହାନ୍ତି, ଉପଦେଷ୍ଟା ରବିନାରାୟଣ ମିଶ୍ର, ବାଳକୃଷ୍ଣ ପଣ୍ଡା, ସମ୍ପାଦକ ନାରାୟଣ ମହାପାତ୍ର, ଆୟୋଜକ ପ୍ରଦୀପ କୁମାର ପାତ୍ର, ସସ୍ମିତା ପାତ୍ର, ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ ଓ ବାବାଜୀ ବିଶ୍ଵାଳ, କୋଷାଧ୍ୟକ୍ଷ ଅଖିଳ କୁମାର ସାହୁ, ଲଲିତ ମୋହନ ପଣ୍ଡା, ଗୌରାଙ୍ଗ ନାୟକ, ମନୋରଞ୍ଜନ ମହାନ୍ତି, ତ୍ରିଲୋଚନ ନାୟକ, ଅଚ୍ୟୁତ ପ୍ରସାଦ ବେହେରା, ଶ୍ରୀନିବାସ ରାଓ ଓ ରାହୁଲ ପଲେଇ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe