ରାଜଧାନୀରେ ନିର୍ମାଣ ହେବ ଗଣକବିଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତି

Advertisment

ଗଣକବିଙ୍କ ୧୩୫ତମ ଜୟନ୍ତୀ ସମାରୋହ

ଗଣକବିଙ୍କ ୧୩୫ତମ ଜୟନ୍ତୀ ସମାରୋହ

ରାଜଧାନୀରେ ନିର୍ମାଣ ହେବ ଗଣକବିଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତି

ଭୁବନେଶ୍ୱର : ଗଣକବି ବୈଷ୍ଣବ ପାଣିଙ୍କ ୧୩୫ତମ ଜୟନ୍ତୀ ଅବସରରେ ଗୁରୁବାର ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ପରିଷଦ ପକ୍ଷରୁ ବିଭିନ୍ନ ସ୍ଥାନରେ ଥିବା ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଛି। ସଂଗୀତ ମହାବିଦ୍ୟାଳୟ ନିକଟରେ ଥିବା ଗଣକବିଙ୍କ ପ୍ରତିମୂର୍ତିରେ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ତଥା ପରିଷଦର ସଭାପତି ପ୍ରତାପ ଜେନା ମାଲ୍ୟାର୍ପଣ କରି ଶ୍ରାଦ୍ଧାସୁମନ ଜଣାଇଥିଲେ।

ଏହି ଅବସରରେ ଶ୍ରୀ ଜେନା ରାଜଧାନୀରେ ଗଣକବିଙ୍କ ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତି ସ୍ଥାପନ କରାଯିବା ନେଇ ସୂଚନା ଦେଇଥିଲେ। ଗୀତିନାଟ୍ୟ ଜଗତର ମୁକୁଟ ବିହୀନ ସମ୍ରାଟ ଗଣକବିଙ୍କ ଜନ୍ମସ୍ଥଳୀ କୋଠପଦଠାରୁ ଆରମ୍ଭ କରି କଟକ ସହିଦ ଭବନ ଓ ଜୟଦେବ ଭବନରେ ସାରସ୍ୱତ ସାଂସ୍କୃତିକ ଉତ୍ସବ ଆୟୋଜିତ ହେବ। ତାଙ୍କର ସାଧନାସ୍ଥଳୀ କୋଠପଦ ମଠରେ ପ୍ରାୟ ୧କୋଟି ଟଙ୍କା ବ୍ୟୟରେ ଉନ୍ନତିକରଣ କାର୍ଯ୍ୟ କରାଯାଇଛି। ଏହାସହ ତାଙ୍କ ରଚିତ ପାଣ୍ଡୁଲିପିଗୁଡ଼ିକ ମଧ୍ୟ ପ୍ରକାଶ କରାଯାଇଥିବା ଶ୍ରୀ ଜେନା କହିଥିଲେ। ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଗଣକବିଙ୍କ ଜନ୍ମସ୍ଥଳୀ କୋଠପଦ ଯାଇ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe