ଗଣପତୟେ ନମଃ...

ଗଣପତୟେ ନମଃ...

ମନ ଜାଣି ପାଗ ଖୋଲିଥିଲା। ପାହାନ୍ତିଆରୁ ପରିବେଶରେ ସଂଚରି ଯାଉଥିଲା ବୈଦିକ ମନ୍ତ୍ରର ଗୁଞ୍ଜରଣ। ଦିନ ଯେତେ ବଢ଼ୁଥିଲା, ପୂଜା ମଣ୍ଡପରେ କୋଳାହଳ ସେତେ ଜମୁଥିଲା। ସ୍କୁଲ୍‌, କଲେଜ୍‌, କ୍ଲବ୍‌ ସବୁଠି ଲାଗିଥିଲା ଗହଳି। ଅଗ୍ରପୂଜ୍ୟଙ୍କୁ ଆବାହନ ପାଇଁ ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ ତିଥିର ଚିତ୍ର ଥିଲା ଏହିପରି। ସିଆର୍‌ପି ଛକ ଗଣେଶ ମନ୍ଦିରଠୁ ନେଇ ରସୁଲଗଡ଼ କୋଚିଲେଇ ହାଟସ୍ଥିତ ଗଣେଶ ମନ୍ଦିରରେ ପୁଷ୍ପାଞ୍ଜଳି ପାଇଁ ଭିଡ଼ ଜମିଥିଲା। ସହିଦନଗରର ଓ୍ଵିନର୍ସ ଆସୋସିଏସନ୍‌ର ୪୫ ଫୁଟିଆ ଗଣେଶଠୁ ଆରମ୍ଭ କରି ସହିଦ କ୍ଲବ୍‌ ପକ୍ଷରୁ ୩୫ଟି ହାତୀ ଉପରେ ବିରାଜିତ ଗଣେଶ। ୟୁନିଟ୍‌ ୮ର କେରଳ ବନ୍ୟା କ୍ଷତିଗ୍ରସ୍ତଙ୍କୁ ଉଦ୍ଧାର ବେଳର ଗଣେଶ ହୁଅନ୍ତୁ ଅବା ବକୁଲ ଫାଉଣ୍ଡେସନ୍‌ର ଗଛ ଗଣେଶ। ପୁରୁଣା ଭୁବନେଶ୍ୱରର ବୁଢ଼ା ଗଣେଶ ହୁଅନ୍ତୁ ବିଶେଶ୍ୱର ବସ୍ତିର ଧାନଗଛ ଗଣେଶ। ଶ୍ରଦ୍ଧାଳୁଙ୍କୁ ଆଖି ଖୋସା ଅନୁଭବ ଦେବା ପାଇଁ ସହରର ବିଭନ୍ନ କ୍ଲବ୍‌ ଗଣେଶଙ୍କୁ ନିଆରା ଢଙ୍ଗରେ ଭେଟି ଦେଇଥିଲେ।

ଆଖି ଆକର୍ଷଣ
ୟୁନିଟ୍‌ ୧ ପତିତପାବନ ଯୁବ ସଂଗଠନ ପକ୍ଷରୁ ଚଳିତ ବର୍ଷ ଆୟୋଜିତ ଗଣେଶ ପୂଜା ନିଆରା ଆକର୍ଷଣ ସାଜିଛି। ଗଣେଶଙ୍କର ହାତୀମୁଣ୍ଡ ଜନ୍ମକାଳୀନ ଅବସ୍ଥାକୁ ଉପସ୍ଥାପିତ କରାଯାଇଛି। ତେବେ ୨୨ ଫୁଟର ମୂର୍ତିରେ ସବୁଠୁ ଆକର୍ଷଣ ସାଜିଛି ଗଣେଶଙ୍କ ଆଖି। ୨ ଆଖି ସ୍ୱତନ୍ତ୍ର ଭାବେ ପୁନେରୁ ପ୍ରସ୍ତୁତ କରି ଅଣାଯାଇଛି।

publive-image

କଳିଙ୍ଗନଗର କେ-୪: କଳିଙ୍ଗନଗର କେ-୪ସ୍ଥିତ ଶତାକ୍ଷୀ ମହିଳା ସଂଗଠନ ପକ୍ଷରୁ ଗଣେଶ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସନ୍ଧ୍ୟାରେ ପିଲାମାନଙ୍କ ଦ୍ୱାରା ନାଚ, ଗୀତ ଓ କମେଡି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କର୍ପୋରେଟର୍‌ ଦିଲ୍ଲୀପ ମାଝୀ ଆତିଥି ଭାବେ ଯୋଗ ଦେଇଥିଲେ। ସଭାପତି ସବିତା ପୃଷ୍ଟି ଏବଂ ସମ୍ପାଦିକା ମମତା ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ମଲ୍ଲିକ କମ୍ପ୍ଲେକ୍ସ: ଜାଗମରା ମଲ୍ଲିକ କମ୍ପ୍ଲେକ୍ସ େଓ୍ଵଲ୍‌ଫେୟାର ଆସୋସିଏସନ୍‌ ପକ୍ଷରୁ ଗଣେଶ ପୂଜା ଏବଂ ସନ୍ଧ୍ୟାରେ ଭଜନ ସମାରୋହ ଅନୁଷ୍ଠିତ ହୋଇଛି। ସଂଘର ସମ୍ପାଦକ ଦୀପକ କୁମାର ଜେନା, ବୃନ୍ଦାବନ ଘଡ଼େଇ, ନିରାକାର କବି ଏବଂ ଜିତେନ୍ଦ୍ର ମହାପାତ୍ର ପ୍ରମୁଖ ପରିଚାଳନା କରିଛନ୍ତି। ଆସନ୍ତାକାଲି ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe