ଅବହେଳିତ ଗାନ୍ଧୀ ସ୍ମାରକୀ ପୀଠ

Advertisment
ଅବହେଳିତ ଗାନ୍ଧୀ ସ୍ମାରକୀ ପୀଠ

ବାଲିଅନ୍ତା: ବାଲିଅନ୍ତା ସ୍ଥିତ ନିକୁଞ୍ଜ ବିହାରୀ ଦେବଙ୍କ ପୀଠ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ରହଣି ସ୍ମୃତି ଆଜି ବି ଅଞ୍ଚଳବାସୀଙ୍କ ମନରେ ତାଜା ହୋଇ ରହିଛି। ଗାନ୍ଧୀଜୀଙ୍କ ବାଲିଅନ୍ତା ଅଞ୍ଚଳ ଗସ୍ତ ସ୍ମୃତିରେ ଅଞ୍ଚଳବାସୀ ଗତ ୨୦/୨୫ ବର୍ଷ ତଳେ ମନ୍ଦିର ପରିସରରେ ତାଙ୍କ ପ୍ରତିମୂର୍ତି ସ୍ଥାପନ କରିଥିଲେ। ହେଲେ ସରକାର ତଥା ଜିଲ୍ଲା ପ୍ରଶାସନର ଆନ୍ତରିକତା ଅଭାବରୁ ଐତିହ୍ୟସ˚ପନ୍ନ ଏହି ଗାନ୍ଧୀ ସ୍ମାରକୀ ପୀଠରେ ଏଯାଏ ଆଖିଦୃଶିଆ ବିକାଶ ହୋଇପାରିନି। ପ୍ରତିବର୍ଷ ଗାନ୍ଧୀ ଜୟନ୍ତୀ ଅବସରରେ ଦଳମତ ନିର୍ବିଶେଷରେ ରାଜ୍ୟ ନେତୃବୃନ୍ଦ ତଥା ପଦସ୍ଥ ଅଧିକାରୀମାନେ ଏହି ସ୍ମାରକୀ ପୀଠରେ ଆୟାଜିତ ସ୍ମୃତି ସଭାରେ ଯୋଗଦେଇ ବକ୍ତବ୍ୟ ଦେଇଥାନ୍ତି। ପୀଠର ଉନ୍ନତି ପାଇଁ ପ୍ରତିଶ୍ରୁତି ମଧୢ ଦେଇଥାନ୍ତି। ହେଲେ ଗାନ୍ଧୀ ଜୟନ୍ତୀ ସରିବା ପରେ ସବୁ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ରହିଯାଏ ବୋଲି ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି।

ଅଧାରେ ଅଟକିଛି ପୀଠର ଉନ୍ନୟନ କାର୍ଯ୍ୟ
୨୦୧୩-୧୪ ଆର୍ଥିକ ବର୍ଷରେ ତତ୍କାଳୀନ ରାଜ୍ୟସଭା ସା˚ସଦ ଶଶିଭୂଷଣ ବେହେରା ପାଠାଗାର ତଥା ଗାନ୍ଧୀଜୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ମ˚ଜୁର କରିଥିବା ୫ ଲକ୍ଷ ଟଙ୍କାରେ ପ୍ରକଳ୍ପ ଦ୍ବୟର ନିର୍ମାଣ କାର୍ଯ୍ୟ ସ˚ପୂର୍ଣ୍ଣ ହୋଇଛି। ହେଲେ ତାଙ୍କ ରାଜ୍ୟସଭା ପାଣ୍ଠିରୁ ୨ଲକ୍ଷ ଟଙ୍କା ମଞ୍ଜୁରିରେ ନିର୍ମାଣ ଆରମ୍ଭ ହୋଇଥିବା ସଭା ମଞ୍ଚ କାର୍ଯ୍ୟ ଅଧାରେ ଅଟକିଛି। ତେବେ ଖୁବ ଶୀଘ୍ର କାମ ଶେଷ ହେବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି। ସେହିପରି ପୀଠ ପରିସରରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ୨୦୧୫-୧୬ ଆର୍ଥିକ ବର୍ଷରେ ମ˚ଜୁରି ହୋଇଥିବା ୩୦ ଲକ୍ଷ ଟଙ୍କାରେ ୪୦ ଫୁଟ ଚଉଡ଼ା ଓ ୬୦ ଫୁଟ ଲମ୍ବ ବିଶିଷ୍ଟ ସଭା ମଣ୍ତପ ଓ ମୁଖ୍ୟ ରାସ୍ତାରୁ ସଭା ମଣ୍ତପ ପର୍ଯ୍ୟନ୍ତ ଦେଢ଼ ଶହ ଫୁଟ କ˚କ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ସ˚ପୂର୍ଣ୍ଣ ହୋଇଥିବା ବେଳେ ପ୍ରବେଶ ଦ୍ବାର ଓ ତୋରଣ ନିର୍ମାଣ କାର୍ଯ୍ୟ ଅଧା ରହିଛି। ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ନେଇ ଖଣ୍ତଲାଇଟ୍‌ ପଥର କାମ ପାଇଁ ୫ ଲକ୍ଷ ଟଙ୍କାର ଟେଣ୍ତର୍‌ ସରିଛି। ଏହାର ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ବିଭାଗୀୟ ସହକାରୀ ଯନ୍ତ୍ରୀ ସୁବ୍ରତ ଜେନା ସୂଚନା ଦେଇଛନ୍ତି। କେବଳ ମ୍ୟୁଜିୟମ ନିର୍ମାଣ କାର୍ଯ୍ୟ ପ୍ରସ୍ତାବରେ ଲଟକିଛି।

ପ୍ରତିବର୍ଷ ଗାନ୍ଧୀ ଜୟନ୍ତୀରେ ମହାତ୍ମା ଗାନ୍ଧୀଙ୍କ ସ୍ମୃତିପୀଠରେ ବହୁ ଲୋକ ଏକତ୍ର ହୋଇ ସ୍ମୃତିଚାରଣ କରିଥାନ୍ତି। ତେଣୁ ଏହି ଐତିହ୍ୟ ସ˚ପନ୍ନ ପୀଠକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପ୍ରଦାନ କରିବା ଦିଗରେ ସରକାର ଦୃଷ୍ଟି ଦିଅନ୍ତୁ।
ନମିତା ବେହେରା, ସରପଞ୍ଚ, ବାଲିଅନ୍ତା
ବର୍ତମାନ ଗାନ୍ଧୀ ସ୍ମୃତିପୀଠ ଓ ପରିଷଦର ବିକାଶ ଆଳରେ ବହୁ ଦୁର୍ନୀତି ହେଉଛି। ଗାନ୍ଧୀ ସ୍ମୃତି କମିଟିରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲ ତଥା ସବୁବର୍ଗର ଲୋକମାନେ ସାମିଲ ହେବା ସହ ପୀଠର ସ୍ବଚ୍ଛତା ଓ ସୁରକ୍ଷା ଦିଗରେ ଅଣ୍ଟା ଭିଡ଼ିବା ଦରକାର। ଏହି ପୀଠର ଉନ୍ନତି ପାଇଁ ସରକାର ମଧୢ ଯତ୍ନଶୀଳ ହେବା ଦରକାର।
ପ୍ରସନ୍ନ କୁମାର ଦଳରାୟ, ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe