ଦୟା ଓ କରୁଣାର ଅବତାର ଥିଲେ ଗାନ୍ଧୀ

Advertisment
ଦୟା ଓ କରୁଣାର ଅବତାର ଥିଲେ ଗାନ୍ଧୀ

ଭୁବନେଶ୍ବର: ଜାତିର ପିତା ମହାତ୍ମା ଗାନ୍ଧୀ ଥିଲେ ଭଗବାନ ବୁଦ୍ଧଙ୍କ ଭଳି ଦୟା ଓ କରୁଣାର ଅବତାର। ଭାରତବର୍ଷରେ ଯେତେ ପର୍ଯ୍ୟନ୍ତ ହିମାଳୟ ଓ ଗଙ୍ଗା ନଦୀ ଥିବ ସେତେ ପର୍ଯ୍ୟନ୍ତ ଗାନ୍ଧୀ ଆମ ଭିତରେ ବଞ୍ଚି ରହିଥିବେ। ସ୍ବାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କ ଦ୍ବାରା ପ୍ରତିଷ୍ଠିତ ମହାତ୍ମା ଗାନ୍ଧୀ ସ୍ମାରକୀ ଐତିହ୍ୟ ନ୍ୟାସ ପକ୍ଷରୁ ଆୟୋଜିତ ସହିଦ ଦିବସ ପାଳନ ଅବସରରେ ଅତିଥିମାନେ ଏଭଳି ମତ ବ୍ୟକ୍ତ କରିଛନ୍ତି। ୟୁନିଟ-୩ ବୁଦ୍ଧ ମନ୍ଦିରଠାରେ ଟ୍ରଷ୍ଟର ଆଜୀବନ ଅଧ୍ୟକ୍ଷ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରୋହିତ୍ୟ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡ. ବିମଳେନ୍ଦୁ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଗାନ୍ଧୀ ବିଚାରଧାରାକୁ ଯୁବକ ଓ ଛାତ୍ରମାନଙ୍କ ମଧ୍ୟରେ ପ୍ରବେଶ କରେଇବା ପ୍ରତ୍ୟେକ ବୁଦ୍ଧିଜୀବୀଙ୍କର କର୍ତ୍ତବ୍ୟ ହେବା ଉଚିତ ବୋଲି ସେ କହିଥିଲେ।

ଭାରତବର୍ଷର ଯୁବପିଢ଼ି ଗାନ୍ଧୀବାଦଠାରୁ ଦୂରେଇ ଯାଉଥିବାବେଳେ ପାଶ୍ଚାତ୍ୟ ଜଗତ ଗାନ୍ଧୀଙ୍କ ଆଦର୍ଶକୁ ଆପଣେଇ ନେଇଛନ୍ତି ବୋଲି ଅନ୍ୟତମ ଅତିଥି ଶିକ୍ଷାବିତ୍‌ ଡ. ବଦ୍ରିନାଥ ପଟ୍ଟନାୟକ କହିଥିଲେ। କଳିଙ୍ଗ ଫାଉଣ୍ଡେସନ୍‌ ଟ୍ରଷ୍ଟର ଅଧ୍ୟକ୍ଷ ବିମଳ ଦାସ ଗାନ୍ଧୀଙ୍କୁ ବୁଦ୍ଧଙ୍କ ଅବତାର ବୋଲି ବର୍ଣ୍ଣନା କରିଥିଲେ। ଉତ୍କଳ ବିଦ୍ବତ ପରିଷଦର ଅଧ୍ୟକ୍ଷ ମନୋଜ ରଥ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଭଗବାନ ବୁଦ୍ଧ ହିଁ ମହାତ୍ମା ଗାନ୍ଧୀଙ୍କୁ ପ୍ରତ୍ୟକ୍ଷଭାବେ ପ୍ରଭାବିତ କରିଥିଲେ। ଏହି ଅବସରରେ ପୂର୍ବତନ ବିଧାୟକ ଅଜୟ ଜେନା, ରାଜ କିଶୋର ସାହୁ, ମହାବୋଧି ସମିତିର ଟ୍ରଷ୍ଟି ସୌରେନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଟ୍ରଷ୍ଟି ପ୍ରଜ୍ଞାରାଜ ପ୍ରଧାନ, ଦେବଜାନୀ ରାୟ, ଡ. ମନୋଜ ଲେଙ୍କା, ଇଂ ବିବେକାନନ୍ଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବାବା ବୈକୁଣ୍ଠନାଥ ସାଂସ୍କୃତିକ ପରିଷଦ ପକ୍ଷରୁ ଗୁରୁ ସୀତାଂଶୁ ରାଉତଙ୍କ ତତ୍ତ୍ବାବଧାନରେ ଗାନ୍ଧୀ ଭଜନ ପରିବେଷିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe