ମହିଳା ମଣ୍ଡଳ ଋଣ ଗଣ୍ଡଗୋଳ ମାମଲା: ଗଣେଶ ହତ୍ୟା ଅଭିଯୋଗରେ ଦୀପକ ଗିରଫ

Advertisment
ମହିଳାଙ୍କୁ ଯୌନ ନିର୍ଯାତନା; ଯୁବ ଇଞ୍ଜିନିୟର ଗିରଫ

the Indian express

ବାଲିପାଟଣା: ସ୍ଥାନୀୟ ଆଳୋଇ ଗାଁରେ ମହିଳା ମଣ୍ଡଳ ଋଣ ଆଦାୟକୁ କେନ୍ଦ୍ର କରି ଘଟିଥିବା ଗଣ୍ଡଗୋଳ ଓ ଗଣେଶ ମୃତ୍ୟୁ ମାମଲାରେ ବାଲିପାଟଣା ଥାନା ପୁଲିସ ଦୀପକ ସାହୁ(୩୬)ଙ୍କୁ ଗିରଫ କରିଛି। ହତ୍ୟା ଅଭିଯୋଗରେ ଦୀପକଙ୍କୁ କୋର୍ଟ ଚାଲାଣ କରାଯାଇଛି ଓ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସୂଚନାନୁସାରେ ଆଳୋଇ ଭବାନୀ ମହିଳା ସଂଗଠନରୁ କବିତା ସାହୁ ଋଣ ନେଇଥିଲେ। ଋଣ ପରିଶୋଧ ବିଳମ୍ବ ହେବାରୁ ସଭାନେତ୍ରୀ ରଶି ସାହୁ ତାଙ୍କ ଉପରେ ଚାପ ପକାଉଥିଲେ। ଗତ ସୋମବାର ଦିନ ଏନେଇ ଉଭୟ ସଭାନେତ୍ରୀ ରଶି ଓ କବିତାଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ରଶିଙ୍କ ପୁଅ ଦୀପକ ହସ୍ତକ୍ଷେପ କରିବାରୁ କବିତାଙ୍କ ସ୍ବାମୀ ଗଣେଶ ବିରୋଧ କରିଥିଲେ। ଦୀପକ ଓ ଗଣେଶ ହାତାହାତି ହେବା ଭିତରେ ଗ‌ଣେଶ ତଳେ ପଡ଼ି ଯାଇଥିଲେ। କଂକ୍ରିଟ୍‌ ଦାଣ୍ଡରେ ପଡ଼ିଯିବାରୁ ଗଣେଶଙ୍କ ମୁଣ୍ଡରେ କ୍ଷତ ସୃଷ୍ଟି ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲ ଓ ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ରାତିରେ ଗଣେଶଙ୍କ ମୃତ୍ୟୁ ଘଟିଥିଲା। କବିତାଙ୍କ ଅଭିଯୋଗ ଆଧାରରେ ପୁଲିସ ଦୀପକଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe